ଲାଂଚ ମାଗି ବହିଷ୍କୃତ ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ

ସୁନ୍ଦରଗଡ: ଲାଂଚ ମାଗି ଚାକିରୀରୁ ବହିଷ୍କୃତ ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ ।

ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପାଚିକା ଚାକିରୀ ପାଇଁ ନଭେମ୍ବର ୨୮ ତାରିଖରେ ଜଣେ ମହିଳାଙ୍କ ଠାରୁ ୬୦ହଜାର ଟଙ୍କା ଲାଂଚ ମାଗିଥିଲେ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ମହିଳାଜଣକ ବହୁ କାକୁତିମିନତି ହୋଇଥିଲେ । ଏହାପରେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ ଲାଂଚ ମାଗିବା ନେଇ ମହିଳାଜଣକ ନିରୁପାୟ ହୋଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଓଡ଼ିଶା ମଡେଲ ଟ୍ରାଇବାଲ ଏଜୁକେସନ ସୋସାଇଟି ସଚିବ ସ୍କୁଲ ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକଙ୍କୁ ବହିଷ୍କୃତ କରିଛନ୍ତି ।