ଆସନ୍ତା ୨୮ ଓ ୨୯ରେ ସ୍କୁଲ ଛୁଟି

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ଦୋଳପୂର୍ଣ୍ଣିମା ଓ ରଙ୍ଗର ପର୍ବ ହୋଲି ଲାଗି ୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ଅଧିନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ୨ ଦିନ ଛୁଟି ରହିବ । ଆଜି ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ।ଗତ ବର୍ଷ କରୋନା ହେତୁ ସମସ୍ତ ସ୍କୁଲକୁ ରାଜ୍ୟ ସରକାର ବନ୍ଦ ରଖିଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି ଖୋଲିଛି ସ୍କୁଲ । ତେବେ ୧୦୦ ଦିନ ଲାଗି ପିଲାଙ୍କ ପାଠପଢ଼ା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା। ମାତ୍ର ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଛି ଓ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି। ଏହାରି ମଧ୍ୟରେ ହୋଲି ଓ ଦୋଳକୁ ଛୁଟି ଘୋଷଣା କରିବା ନିଷ୍ପତ୍ତି ଆସିଛି । ଏଥର ହୋଲି ଘରେ ରହି ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।

school closed on 28th and-29th march in odisha