ଇଲା ପଣ୍ଡା ସେଣ୍ଟର୍ ଫର୍ ଆର୍ଟସ୍ (ଆଇପିସିଏ) ପକ୍ଷରୁ ପୁସ୍ତକ ଉନ୍ମୋଚନ ତଥା ମେଧାବୃତ୍ତି ପ୍ରଦାନ ସମାରୋହ

ଭୁବନେଶ୍ୱର : ‘ଦ ଇଲା ପଣ୍ଡା ସେଣ୍ଟର୍ ଫର୍ ଆର୍ଟସ୍ (ଆଇପିସିଏ)’ ପକ୍ଷରୁ ବୁଧବାର ଦିନ ଭୁବନେଶ୍ୱରଠାରେ ଏକ ପୁସ୍ତକ ଉନ୍ମୋଚନ ଓ ମେଧାବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ ଆଇପିସିଏ ସୁନାମଧନ୍ୟ ବରିଷ୍ଠ ଶିଳ୍ପୀ ଶ୍ରୀ ଦୁର୍ଗାପ୍ରସାଦ ଦାସଙ୍କ ଦ୍ୱାରା ‘ନନ୍ଦଲାଲ୍ ବୋଷ ଓ ଶାନ୍ତିନିକେତନ’ ଶୀର୍ଷକ ଏକ ପୁସ୍ତକ ପ୍ରକାଶ କରିଛି । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ତଥା କଲେଜ୍ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍‌, ଖଲିକୋଟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦାସ, ଚିନୀ ଚିତ୍ରକଳାର ତତ୍ୱକୁ ଆଧାର କରି ଭାରତୀୟ ଚିତ୍ରକାଳା ଉପରେ ଥିବା ତାଙ୍କର ଦକ୍ଷତାକୁ ନେଇ ଖୁବ୍ ଜଣାଶୁଣା । କଳାଭବନ, ଶାନ୍ତିନିକେତନରେ ଛାତ୍ର ଥିବା ସମୟରେ ଶ୍ରୀ ନନ୍ଦଲାଲ୍ ବୋଷଙ୍କ ସହିତ ଶ୍ରୀ ଦାସଙ୍କର ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି ।


ଓଡ଼ିଶାରୁ କଳା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାର ଅଂଶସ୍ୱରୂପ ଓଡ଼ିଶା ବାହାରେ ଥିବା ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟମାନଙ୍କରୁ ମାଷ୍ଟର୍ ଅଫ୍ ଫାଇନ୍ ଆର୍ଟ୍‌ସ (ଏମ୍‌ଏଫ୍‌ଏ) ହାସଲ କରିବା ପାଇଁ ଆମେ ମେଧାବୃତ୍ତିକୁ ସହୟତା କରିଥାଉ । ଏହି ଚିନ୍ତାଧାରାର ଉଦ୍ଦେଶ୍ୟ ହେଉଛି କଳା ଛାତ୍ରଛାତ୍ରୀମାନଙ୍କର ମୂଳ ଦକ୍ଷତାକୁ ବୃଦ୍ଧି କରିବା ସହିତ ସମସାମୟିକ କଳା ଜଗତରେ ଉଦୀୟମାନ ଧାରା ସହିତ ସେମାନଙ୍କର ବିଶେଷ ଦକ୍ଷତାକୁ ଏକତ୍ର କରାଇବା ।
ଆଇପିସିଏ ଏମ୍‌ଏଫ୍‌ଏ ବୃତ୍ତି ୨୦୨୦-୨୦୨୧ ପାଇଁ ମନୋନୀତ ପାଞ୍ଚଜଣ ସ୍ନାତକୋତ୍ତର ଛାତ୍ରମାନେ ହେଲେ:
୧. ମହେଶ ମେହେର – ଏମ୍‌ଏଫ୍‌ଏ (ସ୍କଲ୍‌ପଚର୍‌), ଦ ମହାରାଜା ସୟାଜିରାଓ ୟୁନିଭର୍ସିଟି ଅଫ୍ ବରୋଦା
୨. ଦୀପକ କୁମାର ମଣ୍ଡଳ – ଏମ୍‌ଏଫ୍‌ଏ (ପ୍ରିଣ୍ଟ୍ ମେକିଙ୍ଗ୍‌), ସରୋଜିନୀ ନାଇଡୁ ସ୍କୁଲ୍ ଅଫ୍ ଆର୍ଟ ଆଣ୍ଡ୍ କମ୍ୟୁନିକେସନ୍‌, ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦ୍‌
୩. ରଶ୍ମିରଞ୍ଜନ ମହାନ୍ତି – ଏମ୍‌ଏଫ୍‌ଏ (ସେରାମିକ୍‌), ସାର୍ ଜେ ଜେ ସ୍କୁଲ୍ ଅଫ୍ ଆର୍ଟ, ମୁମ୍ବାଇ
୪. ସୁଜିତ୍ କୁମାର ସ୍ୱାଇଁ – ଏମ୍‌ଏଫ୍‌ଏ (ପ୍ରିଣ୍ଟ୍‌ମେକିଙ୍ଗ୍‌), କଲେଜ୍ ଅଫ୍ ଆର୍ଟ୍‌ସ, ନୂଆ ଦିଲ୍ଲୀ
୫. ଅମିତ୍ ଓଝା – ଏମ୍‌ଏଫ୍‌ଏ (ପେଣ୍ଟିଙ୍ଗ୍‌), ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟ, ଖଇରାଗଡ଼ ।
ଇଲା ପଣ୍ଡା ସେଣ୍ଟର୍ ଫର୍ ଆର୍ଟ୍‌ସ୍ (ଆପିସିଏ) ଏକ ଅଣ-ଲାଭକାରୀ ଅନୁଷ୍ଠାନ୍‌, ଯାହାକି ଓଡ଼ିଶାର ଦୃଶ୍ୟ କଳା ରୂପର ପ୍ରଦର୍ଶନ, ପ୍ରୋତ୍ସାହନ ଓ ସଂରକ୍ଷଣ ସହିତ ଓଡ଼ିଆ କଳାକାରମାନଙ୍କର କାର୍ଯ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ମଞ୍ଚରେ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି । ଆଉ ମଧ୍ୟ ଆଇପିସିଏ କଳା ପୃଷ୍ଠପୋଷକତାର ପରିସରକୁ ବ୍ୟାପକ କରିବା ଏବଂ କଳାକାର ସମ୍ପ୍ରଦାୟକୁ ହିତାଧିକାରୀ ଭାବରେ ପରିବର୍ତ୍ତିତ କରିବା ପାଇଁ ଚେଷ୍ଟାରତ; ଯାହାଦ୍ୱାରା କଳା ଆମ ଦୈନନ୍ଦିନ ଜୀବନରେ ନିରନ୍ତର ଭାବେ ଜଡ଼ିତ ରହିବ ।
ଅନ୍ୟାନ୍ୟ କାର୍ଯ୍ୟକ୍ରମ ସ୍ୱରୂପ ଆଇପିସିଏ ଜାତୀୟ ତଥା ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ, କଳା ନିବାସ, ସେମିନାର, ପ୍ରକାଶନ, କଳା ଭ୍ରମଣ, କଳା ପ୍ରଦର୍ଶନୀକୁ ଭ୍ରମଣ କ୍ଷେତ୍ର୍ରରେ କଳାକରମାନଙ୍କର ସମର୍ଥନ ଏବଂ ସେମାନଙ୍କର ସମୃଦ୍ଧି ଦିଗରେ କାର୍ଯ୍ୟ କରିଥାଏ ।