କଟକ ଏସସିବି ମେଡିକାଲ କଲେଜର ୧୦୦ ସିଟ ବଢିଲା

ଭୁବନେଶ୍ୱର:  କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ୧୦୦ ସିଟ ବଢିଛି । ମୋଟ ସିଟସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ପାଇଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଏହି ସିଟ ବୃଦ୍ଧି କରାଯାଇଛି । ସିଟ ବୃଦ୍ଧି ପାଇଁ ବହୁ ଦିନରୁ ଓଡ଼ିଶା ସରକାର ଦାବି କରିଆସୁଥିଲେ ।