ପ୍ରବାସୀ ଓଡ଼ିଆଙ୍କ ଫେରିବା ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ/ଭୁବନେଶ୍ୱର:  ଓଡିଶା ଫେରିବେ ପ୍ରବାସୀ ଓଡିଆ। ଗତକାଲି ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଆଜି ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ଗତକାଲି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେଉଁ ପ୍ରବାସୀ ଓଡିଆ ଲୋକମାନେ ରାଜ୍ୟକୁ ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କର ପ୍ରଥମେ କରୋନା ପରୀକ୍ଷା କରାଯିବ ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ଓଡିଶା ଆସିବା ପାଇଁ ଅନୁମତି ମିଳିବ । ହେଲେ ଏହି ନିର୍ଦ୍ଦେଶର ୨୪ ଘଂଟା ନପୂରୁଣୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି।