ମହାରାଷ୍ଟ୍ର ରାଜନୀତିକ ନାଟକ: ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ମହାରାଷ୍ଟ୍ର ମହାନାଟକ : ମଙ୍ଗଳବାର

ନୂଆଦିଲ୍ଲୀ:ମହାରାଷ୍ଟ୍ରର ମହାନାଟକର ଆଜି ସୁପ୍ରିମକୋର୍ଟରେ ବାହାରାଲାନି ନିସ୍କର୍ଷ। ତେବେ ସୁପ୍ରିମକୋର୍ଟରେ ଫଡନଭିସ୍ ସରକାରଙ୍କୁ ଆଶ୍ଵସ୍ତୀ ମିଳିଛି। ଆଜି ୨ ଘଣ୍ଟାର ଯୁକ୍ତି ପରେ ଆସନ୍ତା କାଲି ସକାଳ ୧୦ ଟା ୩୦ରେ ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବେ।  ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି। ଆଜି ଫ୍ଲୋର ଟେଷ୍ଟ ନେଇ ବିରୋଧୀ ଆବେଦନ କରିଥିଲେ। ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ମିଳିତ ପିଟିସନ୍ ଦାଖଲ କରାଯାଇଥିଲା।

ଆସନ୍ତା କାଲି ସକାଳ ସାଢେ ୧୦ଟାରେ ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇବେ। ଆଜି ପକ୍ଷ ଏବଂ ବିପକ୍ଷ ସେମାନଙ୍କର ଯୁକ୍ତି ବାଢିଛନ୍ତି। ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଫଡନଭିସଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତାଗୀ ଦଲିଲ ଉପସ୍ଥାପନ କରିଥିବା ବେଳେ କଂଗ୍ରେସ, ଏନସିପି ଓ ଶିବସେନା ଖୁବ୍ ଶୀଘ୍ର ଫ୍ଲୋର ଟେଷ୍ଟ କରିବା ପାଇଁ ଦାବି କରୁଥିଲେ।

ମୁକୁଳ ରୋହତାଗୀ ସୁପ୍ରିମକୋର୍ଟରେ ବିଜେପି ପକ୍ଷରୁ ଦାବି ଉପସ୍ଥାପନ କରିଥିଲେ। ସେ କହିଛନ୍ତି ଯେ, ରାଜ୍ୟପାଳ ବହୁମତ ସାବ୍ୟସ୍ତ କରିବାକୁ ୧୪ ଦିନର ସମୟ ଦେଇଛନ୍ତି। ବିଧାନସଭାର କିଛି ପରମ୍ପରା ରହିଛି। ଯାହାର ପାଳନ ହେବା ଉଚିତ୍।ପ୍ରୋଟେମ ସ୍ପିକରଙ୍କ ପରେ ସ୍ପିକରଙ୍କୁ ବାଛିବାକୁ ସମୟ ଲାଗିବ। କିନ୍ତୁ ବିରୋଧୀ ପ୍ରେଟେମ ସ୍ପିକରଙ୍କ ସ୍ଥାନ ନେବାକୁ ଚାହୁଁଛି। ତେଣୁ ଆସନ୍ତା ୭ ଦିନ ଯାଏଁ ଫ୍ଲୋର ଟେଷ୍ଟ ହୋଇ ପାରିବ ନାହିଁ। ତେଣୁ ଆସନ୍ତା କାଲି ମଧ୍ୟ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ନଦିଆଯାଉ।