ନୂଆଦିଲ୍ଲୀ: ଧାରା ୩୭୦ ଉଛେଦ ପରେ ଜାମ୍ମୁ କାଶ୍ମୀରରେ ଲାଗୁ ହୋଇଥିବା କୌଣସି ପ୍ରତିବନ୍ଧକ ହଟାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ଆବେଦନ ଉପରେ ବିଚାର କରି କୋର୍ଟ କହିଛନ୍ତି, ସେଠାରେ ପ୍ରତିବନ୍ଧକ ହଟାଇବା ମାମଲାରେ କେନ୍ଦ୍ର ସରକାର ଓ ଜାମ୍ମୁ କାଶ୍ମୀର ସରକାରଙ୍କୁ ତୁରନ୍ତ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ଜାମ୍ମୁ କାଶ୍ମୀରରେ ଜୀବନଯାତ୍ରା ସ୍ୱାଭାବିକ ହେବାର ଦୁଇ ସପ୍ତାହ ପରେ ଆବେଦନର ଶୁଣାଣି ହେବ।
ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଧାରା ୩୭୦ ଉଛେଦ ପରେ ଜାମ୍ମୁ କାଶ୍ମୀରରେ ପ୍ରତିବନ୍ଧକ ଲାଗୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆଗତ ଆବେଦନର ଶୁଣାଣି କରିଥିଲେ। ଶୁଣାଣି ସମୟରେ କୋର୍ଟ କହିଥିଲେ, ଏବେ ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି ଓ ସେଠାରେ ପରିସ୍ଥିତି ସ୍ୱାଭାବିକ ହେବା ଯାଏଁ ଅପେକ୍ଷା କରାଯିବ ଆବଶ୍ୟକ।