ପ୍ରବାସୀ ଶ୍ରମିକଙ୍କ ଠାରୁ ନିଆଯିବନି କୌଣସି ବାଟ ଖର୍ଚ୍ଚ, ବହନ କରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଅଶ୍ୱସ୍ତି । ଶ୍ରମିକଙ୍କ ଠାରୁ ନିଆଯିବନାହିଁ ବସ୍ କି ରେଳଯାତ୍ରା ଖର୍ଚ୍ଚ । ନିଜ ରାଜ୍ୟର ପ୍ରବାସୀ ଶ୍ରମିଙ୍କ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେବେ ଶ୍ରମିକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ ରାଜ୍ୟ ସରକାର । ଖାଦ୍ୟ ବ୍ୟବସ୍ଥାରୁ ଆରମ୍ଭ କରି ଯେଉଁ ରାଜ୍ୟ ଦେଇ ଯିବେ ସେହି ରାଜ୍ୟର ସରକାର ତାଙ୍କ କଥା ବୁଝିବେ ବୋଲି ନିଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚନ୍ୟାୟାଳୟ ।

ରେଳ ଓ ବସରେ ଫେରୁଥିବା ଶ୍ରମିକ ମାନଙ୍କ ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥା ଉପଯୁକ୍ତ ପରିମାଣରେ କରିବାକୁ କଡ଼ା ନିର୍ଦ୍ଦେଶ । ତୁରନ୍ତ ଆଶ୍ରୟ, ଖାଦ୍ୟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ପ୍ରତି ଠିକ୍ ବ୍ୟବସ୍ଥା ହେଉନଥିବା ନେଇ ଚିନ୍ତାବ୍ୟକ୍ତ କଲେ କୋର୍ଟ ।

ମାମଲାର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି କି, ପଞ୍ଜୀକରଣ ଠୁ ପରିବହନରେ ସଂଘାତିକ ତ୍ରୁଟି ଥିବା ଦେଖାଯାଉଛି । ଏପରିକି ସେମାନଙ୍କୁ ଠିକ୍ ଭାବେ ଖାଦ୍ୟ ଏବଂ ପିଇବା ପାଣି ବି ମିଳୁନଥିବା ଦେଖାଯାଉଛି । ତେଣୁକରି ତୁରନ୍ତ ଏନେଇ ପ୍ରତି ରାଜ୍ୟର ସରକାରମାନେ ଗୁରୁତ୍ୱଦେଇ ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ସୁବିଧା ଯୋଗାଇଦେବେ ।