ସୋସିଆଲ ମିଡିଆରେ ଅପଲୋଡ ହେବ ଅପରାଧି ନେତାଙ୍କ ତଥ୍ୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୀତିରେ ଅପରାଧି ନେତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଅପରାଧିଯୁକ୍ତ ବ୍ୟକ୍ତିଙ୍କୁ କେଉଁ କାରଣରୁ ଟିକେଟ ଦିଆଯାଇଛି ସେ ନେଇ ରାଜନୈତିକ ଦଳ ଜବାବ ତଲବ ଦେବେ । ଏଥିସହ ଅପରାଧିକ ନେତାଙ୍କ ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଖବର ଅନୁସାରେ, ଜଷ୍ଟିସ ଆର ଏଫ ନରିମନ ଏବଂ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଦଳୀୟ ପ୍ରାର୍ଥୀଙ୍କ ସମସ୍ତ ଅପରାଧିକ ରେକର୍ଡ଼ ପ୍ରାର୍ଥୀ ଘୋଷଣା କରିବାର ୪୮ ଘଂଟା ମଧ୍ୟରେ ଦଳୀୟ ଓ୍ୱେବସାଇଟ ଓ ସୋଶାଲ ମିଡିଆରେ ଅପଲୋଡ କରିବା ସହିତ ଖବରକାଗଜରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୭୨ ଘଂଟା ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ଏ ସଂପର୍କୀତ ସମସ୍ତ ତଥ୍ୟ ସହିତ ତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା ତାହାର ଉତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଯଦି ରାଜନୀତିକ ଦଳମାନେ ଏହି ନିର୍ଦ୍ଦେଶ ନମାନିବେ ତା’ହେଲେ କୋର୍ଟ ଅବମାନନା ମାମଲା ରୁଜୁ କରିପାରନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।