ଆଜି ଅଯୋଧ୍ୟା ମାମଲାରେ ରିଭ୍ୟୁ ପିଟିସନ୍ ର ଶୁଣାଣି

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ମାମଲାରେ ଅଦାଲତୁ ଚ୍ୟାଲେଞ୍ଜ କରି ଦାୟର କରାଯାଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ । ୫ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ ।

ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌ କୋର୍ଟର ଏହି ଖଣ୍ଡପୀଠରେ ରହିଛନ୍ତି ବିଚାରପତି ଡି. ଓ୍ଵାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏସ୍‌ଏ ନଜୀର ଏବଂ ସଞ୍ଜୀବ ଖାନ୍ନା। ଅପରାହ୍ଣ ୧: ୪୦ ମିନିଟ୍‌ରେ ଖଣ୍ଡପୀଠ ରୁଦ୍ଧଦ୍ୱାର ଶୁଣାଣି ଆରମ୍ଭ କରିବେ। ନଭେମ୍ବର ୯ ତାରିଖ ଦିନ ଏହି ମାମଲାର ଶୁଣାଣି କରିଥିବା ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠରେ ଜଷ୍ଟିସ୍‌ ଖାନ୍ନା ନ ଥିଲେ।

ଯଦି ମୁକ୍ତ ଅଦାଲତ ଶୁଣାଣି ପାଇଁ ଶୀର୍ଷ ଅଦାଲତ ନିଷ୍ପତ୍ତି ନିଅନ୍ତି, ତେବେ ପୁଣି ଥରେ ସବୁ ପକ୍ଷମାନଙ୍କର ଯୁକ୍ତି ଶୁଣିବାକୁ ପଡ଼ିବ। ଯଦି ଖଣ୍ଡପୀଠ ଏହା ନ କରିବାକୁ ସ୍ଥିର କରନ୍ତି, ତେବେ ପିଟିସନ୍‌ଗୁଡ଼ିକର ପୁନର୍ବିଚାର ଖାରଜ ହେବ। ସୁପ୍ରିମ୍‌ କୋର୍ଟଙ୍କ ଏହି ଐତିହାସିକ ରାୟକୁ ଚାଲେଞ୍ଜ୍‌ କରି ଏ ପର୍ଯ୍ୟନ୍ତ ସାତଟି ପିଟିସନ୍‌ ଫାଇଲ୍‌ କରାଯାଇଛି।