ଏସ୍‌ବିଆଇ ଦେଲା ଗ୍ରାହକଙ୍କୁ ଝଟ୍‌କା: କମିଲା ସୁଧହାର

ନୂଆଦିଲ୍ଲୀ:ଭାରତୀୟ ଷ୍ଟେଟ ବ୍ୟାଙ୍କ ବର୍ତ୍ତମାନ ସମୟରେ ନିଜ ପାଖରେ ଅଧିକ କ୍ୟାସ ଥିବା ଏବଂ ସୁଧହାରରେ ହ୍ରାସ ଘଟୁଥିବା କାରଣ ଦର୍ଶାଇ ବିଭିନ୍ନ ମେଚ୍ୟୁରିଟି ଡିପୋଜିଟ ଉପରେ ଦିଆଯାଉଥିବା ସୁଧହାରରେ ହ୍ରାସ କରିଛି । ଆସନ୍ତା ଅଗଷ୍ଟ ୧ରୁ ଏହି ନିୟମ ଲାଗୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୋମବାର ଦିନ ଏସବିଆଇ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ ବ୍ୟାଙ୍କ କମ ଦିନର ଅବଧି ୧୭୯ ପର‌୍ୟ୍ୟନ୍ତ ଜମା ରାଶି ଉପରେ ସୁଧରେ ୦.୫ରୁ ୦.୭୫ ପ୍ରତିଶତ ହ୍ରାସ କରିଛି । ଏହପରି ଦୀର୍ଘ କାଳୀନ ଜମା ଉପରେ ରିଟେଲ ସେଗମେଣ୍ଟର ସୁଧ ଦରରେ ୦.୨୦ ଏବଂ ବକ୍ଲ ସେଗମେଣ୍ଟରେ ୦.୩୫ ପ୍ରତିଶତ ହ୍ରାସ କରାଯାଇଛି । ଦେଶର ସବୁଠାରୁ ବଡ ଏହି ବ୍ୟାଙ୍କରେ ଦୁଇ କୋଟି ଟଙ୍କା ଏବଂ ଏହାଠାରୁ ଅଧିକ ଜମା ଉପରେ ମଧ୍ୟ ସୁଧ ଦରରେ ହ୍ରାସ କରାଯାଇଛି ।