ଏସ୍‌ବିଆଇ ଆରମ୍ଭ କଲା ୟୋନୋ କ୍ୟାସ୍ ସର୍ଭିସ: ଗ୍ରାହକ ବିନା କାର୍ଡରେ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଖାତାଧାରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି। ଏବେ ଏସ୍‌ବିଆଇ ଖାତାଧାରୀମାନେ ଡେବିଟ୍‌ କାର୍ଡ ବିନା ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ । ଯଦି ଆପଣ କେବେ ଘରେ ନିଜର ଡେବିଟ୍‌ କାର୍ଡ ଭୁଲି ଯାଇଛନ୍ତି, ତେବେ ଟଙ୍କା ଉଠାଇବାରେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ଏସ୍‌ବିଆଇ ତରଫରୁ ନିଜ ଟୁଇଟ୍‌ର ଆକାଉଣ୍ଟ ଏବଂ େଓ୍ଵବ୍‌ସାଇଟ୍‌ରେ ଏ ନେଇ ସୂଚନା ଦିଆଯାଇଛି । ଏବେ ଏସ୍‌ବିଆଇ ୟୋନୋ କ୍ୟାସ୍‌ ସର୍ଭିସ ସୁବିଧା ଆରମ୍ଭ କରିଛି, ଯାହା ସାହାଯ୍ୟରେ ଏସ୍‌ବିଆଇ ଖାତାଧାରୀମାନେ ଏହି ଆପ୍‌ ଜରିଆରେ ଟଙ୍କା ଉଠାଇ ପାରିବେ ।