ଲଞ୍ଚ ହେଲା ଏସବିଆଇର ଇଏମଆଇ ଡେବିଟ୍ କାର୍ଡ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ପାର୍ବଣ ଋତୁରେ ନିଜ ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ଏହି ଫେଷ୍ଟିଭାଲ ସିଜିନରେ ଏସବିଆଇ ଗ୍ରାହକଙ୍କ ପାଇଁ ସପିଂ କରିବା ଆହୁରି ସହଜ ହୋଇଯିବ। କାରଣ ବ୍ୟାଙ୍କ ଏବେ...

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ପାର୍ବଣ ଋତୁରେ ନିଜ ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ଏହି ଫେଷ୍ଟିଭାଲ ସିଜିନରେ ଏସବିଆଇ ଗ୍ରାହକଙ୍କ ପାଇଁ ସପିଂ କରିବା ଆହୁରି ସହଜ ହୋଇଯିବ। କାରଣ ବ୍ୟାଙ୍କ ଏବେ ଡେବିଟ୍ କାର୍ଡ ଇଏମଆଇ ସୁବିଧା ଲଞ୍ଚ କରିଛି। ଏହି ସେବା ଜରିଆରେ ଗ୍ରାହକ ସର୍ବନିମ୍ନ ୬ ମାସରୁ ୧୮ ମାସ ଯାଏ ଇଏମଆଇ ଅବଧି ବିକଳ୍ପ ଚୟନ କରି ପାରିବେ। ଏସବିଆଇର ୩୦ କୋଟି ଡେବିଟ୍ କାର୍ଡ ବ୍ୟବହାରକାରୀ ଅଛନ୍ତି, ଏଥିରୁ ୪୫  ଲକ୍ଷ ଗ୍ରାହକ ଏହାର ଫାଇଦା ପାଇ ପାରିବେ। 

ଗ୍ରାହକ ୧୫୦୦ରୁ ଅଧିକ ସହରରେ ୪୦,୦୦୦ରୁ ଅଧିକ ବ୍ୟବସାୟୀ ଓ ଦୋକାନରୁ ନିଜ ମନ ପସନ୍ଦର ସାମଗ୍ରୀ କିଣି ପାରିବେ। ଏହି ସବୁ ଦୋକାନରେ ପାଇନ ଲ୍ୟାବ୍ସ ବ୍ରାଣ୍ଡେଡ୍  ପିଓଏସ ମେସିନ ଲାଗିଥିବ। 

ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର ଏହି ଅବସରରେ କହିଛନ୍ତି ଯେ, ଆମେ ନିଜ ଗ୍ରାହକଙ୍କ ପାଇଁ ଡେବିଟ୍ କାର୍ଡ ଇଏମଆଇ ଲଞ୍ଚ କରି ଖୁସି ଅନୁଭବ କରୁଛୁ, କାରଣ ପାର୍ବଣ ଋତୁରେ ଗ୍ରାହକଙ୍କୁ ସୁଖଦ କିଣାକିଣିର ଅନୁଭବ ମିଳିବ। ଡେବିଟ୍ କାର୍ଡ ଇଏମଆଇ ଜରିଆରେ ଗ୍ରାହକ ମାସିକ କିସ୍ତି  ଦେଇ ସାମଗ୍ରୀ କିଣିବା ସହଜ ହେବ। ବର୍ତ୍ତମାନ ପୂରା ଅର୍ଥ ନଦେଇ ବି ଗ୍ରାହକ ଦୋକାନରୁ ନିଜ ମନ ପସନ୍ଦର ସାମଗ୍ରୀ କିଣି ପାରିବେ। 

ଏହି ସେବା ଉପଯୋଗ କରିବା ସମୟରେ ଗ୍ରାହକଙ୍କୁ କୌଣସି କାଗଜପତ୍ର, କୌଣସି ପ୍ରୋସେସିଂ ଫିସ, ଶାଖାକୁ ଯିବାକୁ ପଡ଼ିବ ନାହିଁ। କିଣାକିଣି ପୂରା  ହେବାର ଗୋଟିଏ ମାସ ପରେ ଇଏମଆଇ ଆରମ୍ଭ ହୋଇଯିବ।

Spread the love
Categories
କର୍ପୋରେଟ୍

RELATED BY

  • ୧୦ ବେସିସ୍‌ ପଏଣ୍ଟ୍‌ ସୁଧ ହାର ହ୍ରାସ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ

    ମୁମ୍ବାଇ: ଅକ୍ଟୋବର ୧୦ ତାରିଖରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ତାହାର ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଫଣ୍ଡ୍‌ସ୍‌ ଆଧାରିତ ଲେଣ୍ଡିଙ୍ଗ୍‌ ରେଟ୍‌ ୧୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରି ୮. ୦୫ କରୁଥିବା କଥା ଘୋଷଣା କରିଛି। ଏମ୍‌ସିଏଲ୍‌ଆର୍‌ ହ୍ରାସ ଯୋଗୁଁ...
  • ଆରବିଆଇ: ଏଟିଏମରୁ ବାହାରିବନି ୨୦୦୦ ଟଙ୍କିଆ ନୋଟ

    ନୂଆଦିଲ୍ଲୀ:ଦେଶରେ ୨୦୧୬ ମସିହା ନଭେମ୍ବର ୮ରେ ହୋଇଥିବା ବିମୁଦ୍ରିକରଣ ପରେ ୨୦୦୦ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ବଡ଼ ନୋଟକୁ ବ୍ୟାଙ୍କ ଏଟିଏମରୁ ଧିରେ ଧିରେ କମ କରୁଛି । ତେଣୁ ଏହି ପ୍ରକ୍ରିୟାକୁ ଏସବିଆଇ...
  • ୬.୧%କୁ ଖସିଲା ଜିଡିପି

    ମୁମ୍ବାଇ: ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥନୀତିକ ଅଭିବୃଦ୍ଧି ଆକଳନ ହ୍ରାସ କରିଛି। ଏହା ପୂର୍ବରୁ ୬.୯ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ୬.୧କୁ ହ୍ରାସ କରିଛି ଆରବିଆଇ। ୨୦୧୯-୨୦ ବର୍ଷର...
  • ରେପୋ ରେଟ୍ କମାଇଲା ଆରବିଆଇ

    ମୁମ୍ୱାଇ: ଦଶହରା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ଋଣହାର କମାଇଛନ୍ତି। ପଞ୍ଚମ ଥର ପାଇଁ ଆରବିଆଇ ରେପୋ ରେଟ୍ କମାଇଛି। ଏମପିସି (Monetary Policy Committee of India) ବୈଠକରେ ୦.୨୫ ପ୍ରତିଶତ ଋଣ ହାର ହ୍ରାସ...