ଭୁବନେଶ୍ୱର : ଚଳିତ ବର୍ଷ ଶ୍ରାବଣ ମାସର ଆଜି ହେଉଛି ପ୍ରଥମ ସୋମବାର। ପ୍ରଭୁ ମହାଦେବଙ୍କର ଏହା ପ୍ରିୟ ମାସ। ଶ୍ରାବଣ ମାସର ସୋମବାରରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି କାରଣରୁ ଏହି ମାସର ପ୍ରତ୍ୟେକ ସୋମବାରରେ ଶିବାଳୟରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଏହି କାରଣରୁ ଆଜି ଶ୍ରାବଣର ପ୍ରଥମ ସୋମବାରରେ କାଉଡ଼ିଆ ମାନେ ବିଭିନ୍ନ ଶିବାଳୟକୁ ଯାଇ ସେଠାରେ ପ୍ରଭୁଙ୍କୁ ଜଳାଭିଷେକ କରୁଛନ୍ତି। ଓଡ଼ିଶାର ପ୍ରମୁଖ ଶିବାଳୟ ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ , କଟକ ଜିଲାର ଧବଳେଶ୍ୱର, ଢେଙ୍କାନାଳ ଜିଲାର କପିଳାସ, ସମ୍ବଲପୁର ଜିଲାର ଧମାସ୍ଥିତ ବିମଳେଶ୍ୱର ମନ୍ଦିର ଆଦି ବିଭିନ୍ନ ଶିବାଳୟରେ ଭକ୍ତ ଓ କାଉଡ଼ିଆଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି।