ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଜଷ୍ଟିସ ସାବିତ୍ରୀ ରଥ ନେଲେ ଶପଥ

ଭୁବନେଶ୍ୱର : ଆଜି ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ । ସକାଳ ୧୦.୩୦ରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ଆଜି ଜଷ୍ଟିସ ରଥ ଶପଥ ନେଇଛନ୍ତି । ପୁରୁଣା ହାଇକୋର୍ଟ ବିଲ୍ଡିଂର ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଜଷ୍ଟିସ ସାବିତ୍ରୀ ରଥଙ୍କୁ ଶପଥ ପାଠ କରାଇଛନ୍ତି । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟରେ ୧୫ ଜଣ ବିଚାରପତି ଅଛନ୍ତି । ସାବିତ୍ରୀ ରଥ ଦାୟିତ୍ୱ ନେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶପଥ ପାଠ ଉତ୍ସବ ଅନୁଷ୍ଠିତ କରାଯାଇଛି । ଏହି ଉତ୍ସବରେ ଅଳ୍ପ ସଂଖ୍ୟକ ହାଇକୋର୍ଟ କର୍ମଚାରୀ ଓ ବିଚାରପତି ଯୋଗ ଦେଇଛନ୍ତି ।