ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜୁନ୍ ମାସଟି କରୋନା ମହାମାରୀକୁ ରୋକିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ସରକାର ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରିଛନ୍ତି।
ଏହି ସମୟରେ ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ବସ୍ ଯାତାୟତ କରି ପାରିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ପକ୍ଷରୁ କୁହାଯାଇଛି। ତେବେ ବସ୍ରେ କେବଳ ସେହି ଯାତ୍ରୀ ଯାତାୟାତ କରି ପାରିବେ ଯେଉଁମାନଙ୍କ ପାଖରେ ରେଳ ଓ ବିମାନରେ ଯିବାର ବା ଫେରିଥିବାର ଟିକେଟ ରହିଥିବ।
During shut down on week ends in 11 districts the buses and bus stands will remain operational as per orders of SRC vide 3Q5Z/ R&DM(DM), Dt.01-06-2020. The private vehicles, taxis can ply to bus stands, railway stations and airports. pic.twitter.com/cV6gsaASme
— STA Odisha (@STAOdisha) June 4, 2020
ରାଜ୍ୟରେ ଶନିବାର ଓ ରବିବାର ସଟ୍ଡାଉନ୍ ସମୟରେ ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ସାଧାରଣ ଗତିବିଧି ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଦୁଇଦିନ ଧରି ସଟ୍ଡାଉନ୍ ସମୟରେ ଉକ୍ତ ୧୧ଟି ଜିଲ୍ଲାରେ ବସ୍ ଚଳାଚଳ ସ୍ୱଭାବିକ ରହିବ।
ସେହିପରି ଶନିବାର ଓ ରବିବାର ସଟ୍ଡାଉନ୍ ସମୟରେ ଅଟୋ ଏବଂ ଟ୍ୟାକ୍ସି ସେବା ମଧ୍ୟ ଜାରି ରହିବ। ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀ ସାଧାରଣ ଯାତ୍ରା କରି ପାରିବେ ନାହିଁ। କେବଳ ବିମାନ ଓ ରେଳରେ ଫେରୁଥିବା ଯାତ୍ରୀଙ୍କ ପାଇଁ ଅଟୋ ଓ ଟ୍ୟାକ୍ସି ସେବା ଉପଲବ୍ଧ ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଏହି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ପକ୍ଷରୁ ବସ ଚଳାଚଳ ଅବ୍ୟାହତ ରହିବ ବୋଲି ଟୁଇଟ୍ କରି ଜଣାଯାଇଛି।