ଆରମ୍ଭ ହେଲା ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।କୁମ୍ଭୀର ଗଣନା ପାଇଁ ମୋଟ ୧୩ଟି ୟୁନିଟ୍‌ ମଧ୍ୟରୁ ସାତକୋଶିଆରେ ୫ଟି, ମହାନଦୀରେ ୫ଟି ଓ ଆଠମଲ୍ଲିକରେ ୩ଟି ୟୁନିଟ୍‌କୁ ଗଣନା କାର୍ଯ୍ୟରେ ନିୟୋଜିତ କରାଯିବ । ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ଆଠମଲ୍ଲିକ ହରଭଙ୍ଗାରୁ ଅଏଡ, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ ଅଂଚଳର ବିଭିନ୍ନ ଜଳାଶୟରେ ଏହି ଗଣନା କାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।

କୁମ୍ଭୀର ଗଣନା କାର୍ଯ୍ୟରେ ମୋବାଇଲ ଟ୍ରାକିଙ୍ଗ, ଜିପିଏସ, ବାଇନା କୁଲର ଓ ସ୍ବତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି । ୧୧ ତାରିଖ ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବାକୁ ଥିବାବେଳେ ଗଣନା ନସରିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରଖାଯାଇଛି । ଟିକରପଡା, କମାଳାଡିହ, ଆଠମଲ୍ଲିକର ସମସ୍ତ ମତ୍ସ୍ୟଜୀବୀଙ୍କୁ ମଧ୍ୟ ନଦୀ ଭିତରକୁ ଯିବାକୁ ବାରଣ କରାଯାଇଛି ।