ଶଶୀକଳାଙ୍କ ୧୬୦୦ କୋଟି ଟଙ୍କାର ବେନାମୀ ସଂପତ୍ତି ଜବତ କଲା ଆୟକର ବିଭାଗ

ଚେନ୍ନାଇ : ପୂର୍ବତନ ଏଆଇଡିଏମକେ ନେତ୍ରୀ ତଥା ଜୟଲଳିତାଙ୍କ ପ୍ରମୁଖ ସହଯୋଗୀ ଭି.କେ. ଶଶୀକଳାଙ୍କ ବାସଗୃହ, ଅଫିସ ଓ ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢଉ କରାଯାଇଛି । ଚଢଉ ବେଳେ ପ୍ରାୟ ୧୬ ହଜାର କୋଟି ଟଙ୍କାର ୯ଟି ବେନାମୀ ସଂପତ୍ତିର ସନ୍ଧାନ ମିଳିଥିବା ଜଣାଯାଇଛି । ଏସବୁ ସମ୍ପତ୍ତିକୁ ବିମୁଦ୍ରାୟନ ସମୟରେ ପୁରୁଣା ଟଙ୍କା ବ୍ୟବହାର କରି ଛଦ୍ମ ନାମ ରେ ଖରିଦ କରାଯାଇଥିବା ଆୟକର ବିଭାଗ ଜାଣିବାକୁ ପାଇଛି । ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅନୁସାରେ ଏହି ଚଢଉ କରାଯାଇଥିଲା । ଜବତ ହୋଇଥିବା ଏହି ୯ଟି ବେନାମୀ ସଂପତ୍ତି ଚେନ୍ନାଇ,ପୁଡୁଚେରୀ ଓ କୋଏମ୍ବାଟୁରଠାରେ ଅବସ୍ଥିତ । ଚେନ୍ନାଇ ସ୍ଥିତ ଆୟକର କମିଶନର ଏସବୁ ସମ୍ପତ୍ତିକୁ ଜବତ କରିଛନ୍ତି । ଏହି ଆୟକର ଚଢଉ ସଂପର୍କରେ ବାଙ୍ଗାଲୁରୁର ଏକ ଜେଲରେ ଥିବା ଶଶୀକଳାଙ୍କୁ ସୂଚୀତ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ମାମଲାରେ ସେ ଗତ ୨୦୧୭ରୁ ଜେଲରେ ଅଛନ୍ତି ।