ମୁମ୍ବାଇ: ପରଲୋକରେ ବଲିଉଡର ଭେଟରାନ କୋରିଓଗ୍ରାଫର ସରୋଜ ଖାନ। ଶୁକ୍ରବାର ବିଳମ୍ବିତ ରାତି ୧.୫୨ ସମୟରେ ହୃତଘାତରେ ଦେହାନ୍ତ ହୋଇଛି । ଶ୍ୱାସକ୍ରିୟା କଷ୍ଟ ଅନୁଭବ କରିବାରୁ ତାଙ୍କୁ ଗତ ଜୁନ ୧୭ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ କିଛି ଦିନ ପୂର୍ବରୁ ତାଙ୍କର କୋରୋନା ଟେଷ୍ଟ କରାଯାଇଥିବାବେଳେ ରିପୋର୍ଟ ନେଗେଟିଭ ରହିଥିଲା । ମୃତ୍ୟୁବେଳକୁ ସରୋଜ ଖାନଙ୍କୁ ୭୨ ବର୍ଷ ହୋଇଥିଲା ।
ସେ ମଧୁମେହ ଏବଂ ଆନୁସଙ୍ଗିକ ରୋଗ ପୀଡିତ ଥିଲେ । ସେ ତାଙ୍କର ସ୍ୱାମୀ ବି.ସୋହନଲାଲ, ପୁଅ ହମିଦ ଖାନ ଓ ଝିଅ ହୀନ ଓ ସୁକନ୍ୟା ସହ ରହୁଥିଲେ ।
ମାତ୍ର ତିନି ବର୍ଷ ବୟସରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ସେ କାମ କରିଥିଲେ । ୧୯୭୪ ମସିହାରେ ଗୀତା ମେରା ନାମରେ କୋରିଓଗ୍ରାଫର ଭାବରେ ସରୋଜ ଖାନଙ୍କୁ ପ୍ରଥମ ବ୍ରେକ୍ ମିଳିଥିଲା। ୨୦୦୦ ଗୀତ ଉପରେ ତାଙ୍କୁ ତିନୋଟି ଜାତୀୟ ପୁରସ୍କାର ମିଳିଥିଲା । ଯେଉଁଥିରେ ଦିବଙ୍ଗତ ଶ୍ରୀଦେବୀଙ୍କ ମିଷ୍ଟର ଇଣ୍ଡିଆ ଫିଲ୍ମର ହାବା ହାୱାଇ (୧୯୮୭ ), ମାଧୁରୀ ଦିକ୍ଷିତଙ୍କ ଏକ ଦୋ ତିନ ଗୀତ(୧୯୮୮ ), ବେଟା ଚଳିଚ୍ଚତ୍ରର ଧକ୍ ଧକ୍ କରନେ ଲଗା (୧୯୯୨ ) ଓ ଦେବଦାସର ଡୋଲାରେ ଗୀତ ପାଇଁ (୨୦୦୨ ) ସାମିଲ ରହିଛି ।
ସେ ଶେଷ ଥର ପାଇଁ ୨୦୧୯ ରେ କରଣ ଜୋହରଙ୍କ ପ୍ରଡକ୍ସନ୍ କଲଙ୍କରୁ ତୋବା ହୋ ଗେ ଗୀତରେ ମାଧୁରୀ ଦୀକ୍ଷିତଙ୍କୁ କୋରିଓଗ୍ରାଫ କରିଥିଲେ ।