ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଆୟକର ନୋଟିସ୍

ନୂଆଦିଲ୍ଲୀ: ସଂସଦରେ ସରକାର ଓ ବିରୋଧି ଦଳଙ୍କ ମଧ୍ୟରେ ରାଜନୈତିକ ବାକବିତର୍କ ଜାରି ରହିଛି । ଏଭଳି ସମୟରେ ଏନସିପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଆୟକର ନୋଟିସ୍ ପଠାଯାଇଛି ।

ଏହାବ୍ୟତିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ, ଏନସିପି ନେତା ସୁପ୍ରିୟା ସୁଲେଙ୍କୁ ମଧ୍ୟ ଆୟକର ନୋଟିସ୍ ପଠାଯାଇଛି ।

ସୂଚନାନୁଯାୟୀ, ଗତ ନିର୍ବାଚନରେ ଦାଖଲ ହୋଇଥିବା ସତ୍ୟପାଠ ଆଧାରରେ ଆୟକର ବିଭାଗ ପକ୍ଷରୁ ଏହି ନୋଟିସ୍ ପଠାଯାଇଛି । ସତ୍ୟପାଠରେ ଆୟ ସମ୍ପର୍କିତ ଭୁଲ୍ ତଥ୍ୟ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି ।

ତେବେ ଜନ ପ୍ରତିନିଧିତ୍ୱ ଆଇନର ଧାରା ୧୨୫ଏ ଅନୁଯାୟୀ ଯଦି କେହି ବ୍ୟକ୍ତି ସତ୍ୟପାଠରେ ମିଥ୍ୟା ତଥ୍ୟ ଦିଅନ୍ତି, ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜୋରିମାନା ସହ ଜେଲ୍ ଦଣ୍ଡାଦେଶ ମଧ୍ୟ ହୋଇପାରେ ।