ସାରାଙ୍କ ଫନି ଭିଡିଓ ଭାଇରାଲ; ଟ୍ରାନ୍ସଫରମେଶନ ପୂର୍ବରୁ ଏଭଳି ଦେଖାଯାଉଥିଲେ

ମୁମ୍ବାଇ: ଫେମସ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିଜ ଆଗାମୀ ଫିଲ୍ମ ‘ଲଭ ଆଜକଲ’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ କ୍ୟୁଟ ଅଭିନେତା କାର୍ତିକ ଆର୍ୟନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ । ଦର୍ଶକ ମଧ୍ୟ ଏହି ଯୋଡିଙ୍କୁ ପ୍ରଥମଥର ପରଦାରେ ଦେଖିବାକୁ ଉତ୍ସାହିତ । ଇତିମଧ୍ୟରେ ସୋସିଆଲ ମିଡିଆରେ ସାରାଙ୍କ ଗୋଟିଏ ଫନି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଫ୍ଲାଇଟରେ ମସ୍ତି କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ସାରାଙ୍କ ଏହି ମଜାଦାର ଭିଡିଓ…

ଭିଡିଓକୁ ସାରା ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ହେଲେ ଏହି ଭିଡିଓଟି ସାରାଙ୍କ ବହୁ ପୁରୁଣା ଭିଡିଓ । ସବୁଠାରୁ ମଜାଦାର କଥା ହେଲା ଯେ ଏବେ ଫିଟ୍ ନଜର ଆସୁଥିବା ସାରା ଭିଡିଓରେ ଖୁବ୍ ମୋଟା ନଜର ଆସୁଛନ୍ତି । ଭିଡିଓଟି ସେହି ସମୟର ଯେବେ ସାରା ମୋଟାପଣ ରୋଗରେ ଆକ୍ରାନ୍ତ ଥିଲେ ।

ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ପ୍ରେଜେଂଟିଙ୍ଗ ସାରା କା ସାରା, ଚାଲନ୍ତୁ ଏହାକୁ ହାଲକା କରିଦେବା, ଯେମିତି ଏହା ପୂର୍ବରୁ ଥିଲା’ । ଭିଡିଓରେ ତାଙ୍କ ବଡି ଟ୍ରାନ୍ସଫରମେଶନର କ୍ରେଡିଟ ସେ ନମ୍ରତା ପୁରୋହିତଙ୍କୁ ଦେଇଛନ୍ତି ।