ମୁମ୍ବାଇ: ଫିଲ୍ମ “କେଦାରନାଥ”ର ଜରିଆରେ ବଲିଉଡରେ ଡେବ୍ୟୁ କରି ଖୁବ୍ କମ୍ ସମୟରେ ସୁପରହିଟ୍ ନାୟିକା ପାଲଟି ଯାଇଛନ୍ତି ସାରା ଅଲ୍ଲୀ ଖାନ୍ । ଏଥିସହ ସାରାଙ୍କୁ ମଧ୍ୟ ବଡ଼ ବଡ଼ ଷ୍ଟାର ସହ କାମ କରିଥିବାର ଦେଖିବାକୁ ମିଳିଛି । ଏବେ ପୁଣିଥରେ ସାରାଙ୍କୁ ଆଉ ଏକ ବଡ଼ ଷ୍ଟାର ସହ ଦର୍ଶକ ଦେଖିବାକୁ ପାଇବେ । ଆନନ୍ଦ ଏଲ ରାୟଙ୍କ ଅପକମିଂ ଫିଲ୍ମରେ ସାରାଙ୍କ ଅପୋଜିଟରେ ସାଉଥ୍ ସୁପରଷ୍ଟାର ଧନୁଷଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମର ସୁଟିଂ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ଫିଲ୍ମରେ ଧନୁଷଙ୍କ ବ୍ୟତୀତ ବଲିଉଡର ଖିଲାଡୀ କୁମାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପ୍ରଥମ କରି ଦର୍ଶକ ସାରା ଓ ଧନୁଷଙ୍କୁ କେତେ ମାତ୍ରାରେ ପସନ୍ଦ କରିବେ ତାହା ଫିଲ୍ମ ରିଲିଜ୍ ପରେ ଜଣାପଡିବ ।