ବିଜେପିରେ ସାମିଲ ହେଲେ ଭୋଜପୁରୀ ଡାନ୍ସର ସ୍ୱପ୍ନା ଚୈାଧୁରୀ

ଅପେକ୍ଷାର ଅନ୍ତ ଘଟିଛି । ଚର୍ଚ୍ଚିତ ଭୋଜପୁରୀ ଡାନ୍ସର ସପ୍ନା ଚୈାଧୁରୀ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ବିଜେପିର ସଦସ୍ୟତା ଅଭିଯାନରେ ସଦସ୍ୟତା ଗ୍ରହଣ କରି ଦଳରେ ସାମିଲ ହୋଇଛନ୍ତି । 

ଅନେକଦିନ ଧରି ଭୋଜପୁରୀ ଡାନ୍ସର ସପ୍ନା ଚୈାଧୂରୀ କେଉଁ ଦଳରେ ଯୋଗ ଦେବେ ସେନେଇ ସସପେନ୍ସ ଲାଗି ରହିଥିଲା । ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ସେତେବେଳେ ସେ କୈାଣସି ଦଳରେ ଯୋଗ ଦେଇନଥିଲେ । ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡ଼ିୟମରେ ଭାରତୀୟ ଜନତା ପାର୍ଟୀର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଶିବରାଜ ସିଂହ ଚୈାହାନ, ବିଜେପି ମହାସଚୀବ ରାମଲାଲ ଓ ମନୋଜ ତିୱାରିଙ୍କ ଉପସ୍ଥିତିରେ ଭୋଜପୁରୀ ଡାନ୍ସର ସପ୍ନା ଚୈାଧୁରୀ ଆଜି ଦଳରେ ସାମିଲ ହୋଇଛନ୍ତି ।


ବିଜେପି ପକ୍ଷରୁ ସାରା ଦେଶରେ ଚାଲିଥିବା ସଦସ୍ୟତା ଅଭିଯାନରେ ଯୋଗ ଦେଇ ସପ୍ନା ଚୈାଧୁରୀ ପ୍ରଥମ ସଦସ୍ୟ ହୋଇଛନ୍ତି । ସାଧାରଣ ନିର୍ବାଚନ ସମୟରେ ବିଜେପି ଉତ୍ତର ପୂର୍ବ ଦିଲ୍ଲୀରେ ମନୋଜ ତିୱାରି ଓ ଭୋଜପୁରୀ ଗାୟକ  ଖେସାରୀଙ୍କ ପାଇଁ ଭୋଜପୁରୀ ଡାନ୍ସର ସପ୍ନା ଚୈାଧୁରୀ ନିର୍ବାଚନୀ ପ୍ରଚାର କରିବା ସହ ରୋଡ଼ ଶୋ ମଧ୍ୟ କରିଥିଲେ ।