ଓଡ଼ିଶାରେ ପ୍ରତିଷ୍ଠା ହେବ ସଂସ୍କୃତ ଗାଁ !

ନୂଆଦିଲ୍ଲୀ: ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ରସରକାରଙ୍କ ଯୋଜନା | କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କିଛି ଏଭଳି ସୂଚନା ଦେଇଛନ୍ତି | ଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନର ପ୍ରମୁଖ...

ନୂଆଦିଲ୍ଲୀ: ସଂସ୍କୃତ ଭାଷାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ରସରକାରଙ୍କ ଯୋଜନା | କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କିଛି ଏଭଳି ସୂଚନା ଦେଇଛନ୍ତି | ଦିଲ୍ଲୀରେ ଆୟୋଜିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନର ପ୍ରମୁଖ ମାନଙ୍କ ବୈଠକରେ ସେ କହିଛନ୍ତି ଯେ ଦେଶରେ ଅତିକମରେ ଦୁଇଟି ସଂସ୍କୃତ ଗାଁ ନିର୍ମାଣ କରାଯିବ | ଯେଉଁ ଗାଁରେ ସଂସ୍କୃତ ଭାଷାକୁ କଥିତ ଭାଷା ଭାବେ ବ୍ୟବହାର କରାଯିବ |

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଭାଷାକୁ ସଶକ୍ତ କରିବାକୁ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ରହିଛି | ଏଥିପାଇଁ ଖାଲି ଥିବା ପଦବୀକୁ ମଧ୍ୟ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | କେନ୍ଦ୍ର ମନ୍ତ୍ରୀଙ୍କ କହିବା ମୁତାବକ ସଂସ୍କୃତ ଶିକ୍ଷାକୁ ଲୋକପ୍ରିୟ କରାଇବା ପାଇଁ ଅଧିକ ସଂଖ୍ୟାରେ ଶିକ୍ଷକ ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ |

ସେହିପରି ଦେଶରେ ଥିବା ସଂସ୍କୃତ ସଂସ୍ଥାନ ପାଖରେ ଅତିକମରେ ଦୁଇଟି ସଂସ୍କୃତ ଭାଷା ସମ୍ପର୍କୀୟ ଗାଁ ପ୍ରତିଷ୍ଠା କରାଯିବ | ଯେଉଁଠି ଲୋକମାନେ ସଂସ୍କୃତରେ କଥା ହେଉଥିବେ | ଏହି ନିଷ୍ପତି ମୁତାବକ ଓଡ଼ିଶାର ପୁରୀରେ ଥିବା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଅଞ୍ଚଳରେ ସଂସ୍କୃତ ଗାଁ ଗଠନ ହୋଇପାରେ | ୧୯୮୧ ମସିହାରେ ପୁରୀରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା |

Spread the love
Categories
ଓଡିଶା

RELATED BY

  • ସ୍କୁଲ ଯିବନି ଜଗା, ମୁଣ୍ଡରେ ହେବ ଖପୁରୀ ପ୍ରତିରୋପଣ: ମନ୍ତ୍ରୀ

    କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ଖପୁରୀ ପ୍ରତ୍ୟାରୋପଣ ହେବ। ତେଣୁ ବର୍ତ୍ତମାନ ସ୍ଥିତିରେ ଜଗା ସ୍କୁଲ ଯାଇପାରିବ ନାହିଁ। ଖପୁରି ପ୍ରତିରୋପଣ ପରେ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଂଚଳର...
  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...