ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ ସହ ପୁନର୍ବିଚାର ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରସ୍ତାବ

ପୁରୀ: ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଶୁକ୍ରବାର ଶଙ୍କରାଚାର୍ଯ୍ୟ ଏକ ବିବୃତି ଦେଇ କହିଛନ୍ତି, ବିଭୀଷିକା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ତଥାପି ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ଦ୍ୱାରା ଶାସ୍ତ୍ରସମ୍ମତ, ପରମ୍ପରାପ୍ରାପ୍ତ, ପୁନର୍ବିଚାର ଦ୍ୱାରା ଦୂରଦର୍ଶିତାପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏହାଦ୍ୱାରା ରଥାରୁଢ଼ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।