ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସଞ୍ଜୟ ଦାସବର୍ମା । ଦାୟିତ୍ବ ଗ୍ରହଣ କରିବା ପରେ ଯୋଜନା ବୋର୍ଡର ରୂପରେଖ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହା ସହ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା । ରାଜ୍ୟ ଯୋଜନା ବୋର୍ଡକୁ ଅଧିକ କ୍ରିୟାଶୀଳ ଭାବେ କାର‌୍ୟ୍ୟ କରିବେ ସେ କହିଛନ୍ତି ।

ସୂଚନାଯୋଗ୍ୟ, ବିଜେଡିର ନେତା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ନିଯୁକ୍ତ ପାଇବା ପରେ ସେ କ୍ୟାବିନେଟ ପାହ୍ୟାର ସମସ୍ତ ସୁବିଧା ପାଇବେ ।