ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେ ପ୍ରସଙ୍ଗରେକେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ସଞ୍ଜୟ ଦାସବର୍ମାଙ୍କ ଉଦବେଗ

ଭୁବନେଶ୍ବର : ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୪୩୦ କିମି ପରିବର୍ତ୍ତେ ୩୮୨କିମି ହେବା ପ୍ରସଙ୍ଗରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଦେଇଥିବା ଉତ୍ତରରେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଉଦବେଗ ପ୍ରକାଶ କରିଛନ୍ତି। ସଞ୍ଜୟ ଦାସବର୍ମା କହିଛନ୍ତି ଯେ,ଗତ ୮ ତାରିଖ ଦିନ ରାଜ୍ୟସଭାରେ ଅଣତାରକା ପ୍ରଶ୍ନର ଉତ୍ତରରେ ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯେଉଁ ଉତ୍ତର ରଖିଛନ୍ତି ସେଥିନେଇ ସେ ଯେଉଁ ସନ୍ଦେହ ପ୍ରକଟ କରୁଥିଲେ ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି।

ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୪୩୦ କିମି ପରିବର୍ତ୍ତେ ୩୮୨କିମି ସଙ୍କୁଚିତ କରାଯାଇଛି। ଅର୍ଥାତ୍ ୫୦କିମି କମାଇ ଦିଆଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏଭଳି ନିଷ୍ପତ୍ତି ନେବା ନେଇ ସେ ଚକିତ ହୋଇଥିବା କଥା କହିଛନ୍ତି।
କୋଷ୍ଟାଲ ହାଇୱେ ଓଡ଼ିଶାର ଭାଗ୍ୟ ଭବିଷ୍ୟତ, ଏହାକୁ ରାଜନୈତିକ ପ୍ରସଙ୍ଗ ନ କରି ସମ୍ମିଳିତ ଉଦ୍ୟମ ହେବା କଥା ବୋଲି ସେ କହିଛନ୍ତି। କୋଷ୍ଟାଲ ହାଇୱେ ଯେଉଁ ଆଲାଇନମେଣ୍ଟ ଦେଇ ହେବା କଥା ସେଇ ଭଳି ଭାବେ ହେଉ, କେନ୍ଦ୍ର ସରକାର ଏନେଇ ପୁର୍ନବିଚାର କରିବାକୁ ସେ ଅନୁରୋଧ ରିଛନ୍ତି।