ସଞ୍ଜୟ କୋଠାରି ହେଲେ କେନ୍ଦ୍ରୀୟ ଭିଜିଲାନ୍ସ କମିସନର

ନୂଆଦିଲ୍ଲୀ: ଆଜି ସଞ୍ଜୟ କୋଠାରିଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିସନର ଭାବେ ନିଯୁକ୍ତି ମିଳିଥିବା ରାଷ୍ଟ୍ରପତି ଭବନରୁ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।

୨୦୧୭ ଜୁଲାଇରୁ କୋଠାରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଚୟନ କମିଟିରେ କୋଠାରିଙ୍କ ନାମ ସୁପାରିସ କରାଯାଇଥିଲା।

କଂଗ୍ରେସ କିନ୍ତୁ, ଏହି ମନୋନୟନକୁ ବିରୋଧ କରି କହିଥିଲା ଯେ ଏହା ଅବୈଧ, ବେଆଇନ ଏବଂ ଅସାମ୍ବିଧାନିକ। ଏଭଳି ନିଷ୍ପତିକୁ ତୁରନ୍ତ ଖାରଜ କରିବାକୁ କଂଗ୍ରେସ ଦାବି କରିଥିଲା।

ଆଜି ପୂର୍ବାହ୍ନ ୧୦.୩୦ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସମାରୋହରେ ସଞ୍ଜୟ କୋଠାରିଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିସନର୍ ଭାବେ ଶପଥ ପାଠ କରାଯାଇଥିବା କଥା ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତିଙ୍କ ସମ୍ମୁଖରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରିବାକୁ ଶପଥ ନେଇଛନ୍ତି।