ସଞ୍ଜୟ ଜାୟସୱାଲଙ୍କୁ ବିହାର ଏବଂ ସତିଶ ପୁନିଆଙ୍କୁ ରାଜସ୍ଥାନ ଦାୟିତ୍ୱ ଦେଲା ବିଜେପି

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ଦୁଇଟି ବଡ ରାଜ୍ୟ ପାଇଁ ନିଜର ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ପାର୍ଟି ରାଜସ୍ଥାନର ଦାୟିତ୍ୱ ସତିଶ ପୁନିଆଙ୍କୁ ଦେଇଥିବା ବେଳେ ବିହାରର ଦାୟିତ୍ୱ ସଞ୍ଜୟ ଜାୟସୱାଲଙ୍କୁ ଦେଇଛି । ସୂଚନାଯୋଗ୍ୟ ଯେ ବିହାର ପୂର୍ବତନ ପାର୍ଟିର ଅଧ୍ୟକ୍ଷ ନିତ୍ୟାନନ୍ଦ ରାୟଙ୍କୁ କେନ୍ଦ୍ରମନ୍ତ୍ରୀ ନିଯୁକ୍ତି ଏବଂ ରାଜସ୍ଥାନର ବିଜେପି ଅଧ୍ୟକ୍ଷ ମଦନଲାଲ ସାଇନୀଙ୍କ ନିଧନ ପରେ ଏହି ପଦ ଖାଲି ହୋଇଥିଲା । 

ଜାୟସୱାଲ ୨୦୦୯ ମସିହାରୁ ପଶ୍ଚିମ ଚମ୍ପାରଣରୁ ବିଜେପି ସାଂସଦ ଅଛନ୍ତି । ତାଙ୍କ ବାପା ମଦନ ପ୍ରସାଦ ଜାୟସୱାଲ ମଧ୍ୟ ସାଂସଦ ଥିଲେ । ଜାୟସୱାଲ ଦେଶର ନିଦ୍ଧିଷ୍ଟ ସାଂସଦ ମାନଙ୍କ ମଧ୍ୟରୁ ଜଣେ ଯିଏ ଉଚ୍ଛ ଶିକ୍ଷା ହାସଲ କରିଛନ୍ତି । ପାଟନା ବିଶ୍ୱବିଦ୍ୟାଳୟରୁ ଏମବିବିଏସ ଏବଂ ଦରଭଙ୍ଗା ମେଡିକାଲ କଲେଜରୁ ଏମଡି ଶିକ୍ଷା ଲାଭ କରିଥିବା ଜାୟସୱାଲ ପାଟନା ଏମ୍ସର ଗଭର୍ଣ୍ଣିଂ ବଡିର ସଦସ୍ୟ ଅଛନ୍ତି । 

ଅନ୍ୟପଟେ, ରାଜସ୍ଥାନକ ଆମେରରି ବିଧାୟକ ହୋଇଥିବା ସତିଶ ପୁନିଆଙ୍କୁ ରାଜସ୍ଥାନ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ପୁନିଆ ଚାରିଥର ପାର୍ଟିର ମହାମନ୍ତ୍ରୀ ରହି ସାରିଛନ୍ତି । ପୂର୍ବରୁ ଏପରି ଅନୁମାନ କରାଯାଉଥିଲା ଯେ ଚଳିତଥର ରାଜସ୍ଥାନ ପାର୍ଟିର ଅଧ୍ୟକ୍ଷ ଆରଏସଏସ ପୃଷ୍ଠଭୂମିରୁ ହୋଇପାରେ ।