ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡର ସଂଜୁ ବାବା । ଫୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ଥିବା ଅଭିନେତା ସଂଜୟ ଦତ୍ତଙ୍କୁ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଚି । ସେଠାରେ ତାଙ୍କର ବିଭିନ୍ନ ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯିବ । ଏହା ପୂର୍ବରୁ ଶନିବାର ସଞ୍ଜୟ ଦତ୍ତ ମୁମ୍ବାଇର ଅନ୍ଧେରୀସ୍ଥିତ କୋକିଲା ବେନ୍‌ ହସ୍ପିଟାଲକୁ ଯାଇଥିଲେ।

ସଞ୍ଜୟ ଏବେ କ୍ୟାନସର ଆଡଭାନ୍ସ ଷ୍ଟେଜରେ ପହଞ୍ଚିସାରିଛନ୍ତି। ତାଙ୍କର କିଛି ଟେଷ୍ଟ ଗତକାଲି କୋକିଲା ବେନ୍‌ ହସ୍ପିଟାଲରେ ହୋଇଥିବା ବେଳେ ରବିବାର ଅନ୍ୟ ସବୁ ଟେଷ୍ଟ ଲାଗି ତାଙ୍କୁ ଲିଲାବତୀ ହସ୍ପିଟାଲକୁ ନିଆଯାଇଛି। ସଞ୍ଜୟ ଗତ ଶନିବାର ଅଗଷ୍ଟ ୮ ତାରିଖ ଦିନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏଣୁ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୨ ଦିନ ପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଯ କରିଦିଆଯାଇଥିଲା।

ମଙ୍ଗଳବାର ସେ ଫୁସଫୁସ୍ କର୍କରଟରେ ଆକ୍ରାନ୍ତ ଥିବାର ଖବର ପ୍ରସାରିତ ହେବାରେ ଲାଗିଥିଲା। ସଞ୍ଜୟ ସୋସିଆଲ ମିଡିଆରେ ତାଙ୍କ ଅସୁସ୍ଥତା ନେଇ କୌଣସି ପ୍ରକାର ଅଟକଳ ନ ଲଗାଇବାକୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଅନୁରୋଧ କରିଥିଲେ। ଏଥିରେ ସେ ସୁଟିଂରୁ ସର୍ଟ ବ୍ରେକ୍‌ ନେଇ ଛୁଟିରେ ଯିବେ ବୋଲି ଭାବୁଥିବା ଉଲ୍ଲେଖ କରିଥିଲେ।