ସୁସ୍ଥ ହେଲେ ବଲିଉଡର ଖଳନାୟକ ସଂଜୟ ଦତ୍ତ

ମୁମ୍ବାଇ: ସୁସ୍ଥ ହେଲେ ବଲିଉଡର ଖଳନାୟକ ସଂଜୟ ଦତ୍ତ । ସେ ମୁମ୍ବାଇ ଲୀଲାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି ଏଥିସହ ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗଲା ୮ ତାରିଖରେ ସଂଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ସଂଧ୍ୟାରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର କରୋନା ୭ କରାଯାଇଥିଲା । ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି ଜ୍ଝ ହସ୍ପିଟାଲରେ ଭର୍ତ୍ତି ହେବା ସୂଚନା ସଞ୍ଜୟ ଦତ୍ତ ନିଜେ ଟ୍ୱିଟର ମାଧ୍ୟମରେ ଦେଇଥିଲେ ।

ଟ୍ୱିଟରରେ ସେ ଲେଖିଥିଲେ ଯେ, “ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ବର୍ତ୍ତମାନ ମୁଁ ଡାକ୍ତରଙ୍କ ଦେଖରେଖରେ ଅଛି ଏବଂ ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି । ଲୀଳାବତୀ ହସ୍ପିଟାଲରେ ଡାକ୍ତର, ନର୍ସ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ମୁଁ ଦିନେ ଦୁଇ ଦିନ ଭିତରେ ଭଲ ହୋଇ ଫେରି ଆସିବି । ଆଶୀର୍ବାଦ ଓ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।”