ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ଦାସବର୍ମା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି ।

ନିଯୁକ୍ତି ପାଇବା ପରେ ଏବେ ସଞ୍ଜୟ ଦାସବର୍ମା କ୍ୟାବିନେଟ ପାହ୍ୟାର ସମସ୍ତ ସୁବିଧା ପାଇବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଉଛି । ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ତାକୁ କରିଛି। ରାଜ୍ୟ ଯୋଜନା ବୋର୍ଡ଼କୁ କିଭଳି ଅଧିକ କ୍ରିୟାଶୀଳ କରାଯାଇ ପାରିବ ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବି। ଆସନ୍ତା କାଲି ଦାୟିତ୍ୱ ନେବା ପରେ ଯୋଜନା ବୋର୍ଡ଼ କଳେବର ଉପରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବି। ନୂଆ ରୂପ ,ନୂଆ କଳେବର ରେ ଆପଣମାନେ ଯୋଜନା ବୋର୍ଡ଼କୁ ଦେଖିବେ। ନୂଆ ଦାୟିତ୍ୱ ମିଳିବା ପରେ ସଞ୍ଜୟ ଦାସବର୍ମା ନିଜର ପ୍ରତିକ୍ରିୟାରେ ଏଭଳି କହିଛନ୍ତି ।