ଇତିହାସ ରଚିଲେ ସାନିଆ

ହାଇଦ୍ରାବାଦ: ଭାରତୀୟ କ୍ରୀଡାପ୍ରେମୀଙ୍କ ପାଇଁ ସଫଳତମ ଦିନଟିଏ। ଇତିହାସ ରଚିଲେ ସାନିଆ ମିର୍ଜା । ତାରକା ଟେନିସ ଖେଳାଳି ସାନିଆ ମିର୍ଜା ଟେନିସ କୋର୍ଟରେ ପୁଣି ଦେଖାଇଛନ୍ତି ଜଲୱା। ହୋବାର୍ଟ ଇଂଟରନ୍ୟାସନାଲରେ ଚମ୍ପିଆନ ହୋଇଛନ୍ତି ଏହି ଭାରତୀୟ ଟେନିସ ଷ୍ଟାର।

ହୋବାର୍ଟ ଇଂଟରନ୍ୟାସନାଲ ମହିଳା ଡବଲ୍ସ ଫାଇନାଲ ମୁକାବିଲାରେ ସାନିଆ-ନାଦିଆ ଯୋଡି ବାଜିମାତ କରିଛନ୍ତି। ଚାଇନାର ଏସ ଝାଙ୍ଗ ଓ ଏସ ପେଙ୍ଗଙ୍କୁ ୬-୪, ୬-୪ ସେଟରେ ହରାଇଛନ୍ତି ସାନିଆ ଯୋଡି । ଏଥିସହିତ ସାନିଆ ନିଜର କମବ୍ୟାକ ଟୁର୍ଣ୍ଣାମେଂଟକୁ ସ୍ମରଣୀୟ କରିଛନ୍ତି ।

ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ଟେନିସ କୋର୍ଟରୁ ବାହାରେ ରହିଥିଲେ ମଧ୍ୟ ପ୍ରଥମ ଟୁର୍ଣ୍ଣାମେଂଟରେ ଦମଦାର କମବ୍ୟାକ କରିଛନ୍ତି । ମା’ ହେବା ପରେ ସାନିଆ ପ୍ରଥମ ଥର ଟେନିସ କୋର୍ଟରେ ପାଦ ଦେଇଥିଲେ । ପ୍ରଥମ ଟୁର୍ଣ୍ଣାମେଂଟରେ ହିଁ ଚମ୍ପିଆନ ହୋଇଛନ୍ତି ପୂର୍ବତନ ବିଶ୍ବ ନଂ ୧ ଟେନିସ ଖେଳାଳି ସାନିଆ ।