ଡ୍ରଗ ଲିଙ୍କ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଗିରଫ

ବେଙ୍ଗାଲୁରୁ : ଆଉ ଜଣେ ଅଭିନେତ୍ରୀ ଡ୍ରଗ୍ସ ଜାଲରେ ଫସିଛନ୍ତି । ଶୁକ୍ରବାର ବେଙ୍ଗାଲୁରୁ ଲୋକପ୍ରିୟ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଆଜି ଗିରଫ କରାଯାଇଛି । ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ ଲିଙ୍କ ମାମଲାର ତଦନ୍ତ ଜାରି ରହିଥିବା ବେଳେ ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚବେଙ୍ଗାଲୁରୁ ପକ୍ଷରୁ ରାଗିଣୀଙ୍କୁ ଗିରଫ କରାଯାଇଛି । ସିସିବି ପକ୍ଷରୁ ଶୁକ୍ରବାର ରାଗିଣୀଙ୍କ ବାସଭବନରେ ଚଢାଉ କରାଯାଇଥିଲା । ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ ଲିଙ୍କ ନେଇ ଏନସିବି ପକ୍ଷରୁ ତିନି ଜଣଙ୍କୁ ଗିରଫ କରାଯିବା ପରେ ବେଙ୍ଗାଲୁରୁର ବିଭିନ୍ନ ଅଭିନେତା ଏବଂ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଥିଲା । ଏନେଇ ରାଗିଣୀଙ୍କୁ ନୋଟିସ କରାଯିବା ସହିତ ତୁରନ୍ତ ହାଜର ହେବା ପାଇଁ କୁହାଯାଇଥିଲା । ମାତ୍ର ରାଗିଣୀ ହାଜର ନହେବାରୁ ତାଙ୍କ ଘର ଉପରେ ଚଢାଉ କରାଯିବା ସହିତ ସିବିସି ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା । ୨୦୦୯ ମସିହାରେ ବୀର ମଦାକରୀ ଫିଲ୍ମ ଜରିଆରେ ପ୍ରସିଦ୍ଧି ଲାଭ କରିଥିଲେ ଦ୍ୱିବେଦୀ । ଏହା ବ୍ୟତୀତ କେମ୍ପେ ଗୌଡା, ରାଗିଣୀ ଆଇପିଏସ, ବଙ୍ଗାରୀ ଏବଂ ଶିବା ପରି ଫିଲ୍ମରେ ଅଭିନୟ କରିଛନ୍ତି ରାଗିଣୀ ।