ଆଜି ବାଜପେୟୀଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜନୀତିର ପିତାମହ ଭୀଷ୍ମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ତେବେ ବାଲୁକା ଶିଳ୍ପୀ ଟୁଇଟ କରି ଲେଖିଛନ୍ତି, ଶ୍ରାଦ୍ଧ ବାର୍ଷିକୀରେ ଭାରତ ରତ୍ନଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ମୁଁ ମୋର ଏକ ବାଲୁକା କଳା ପ୍ରଦର୍ଶନ କରୁଛି।

୧୯୨୪ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ବାଜପେୟୀଙ୍କ ଦେହାନ୍ତ ୨୦୧୮ ଅଗଷ୍ଟ ୧୬ ରେ ହୋଇଥିଲା। ଜଣେ ଜନନେତା, ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ଦୃଢ ଇଚ୍ଛାଶକ୍ତିର ଅଧିକାରୀ ଥିଲେ ବାଜପେୟୀ।