ବାଲୁକା କଳାରେ କେଜ୍ରିୱାଲଙ୍କୁ ଶୁଭେଚ୍ଛା

ପୁରୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟିର ବିଜୟ। ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା କାମ ଦେଇଛି। ଆମ ଆଦମୀ ପାର୍ଟିର ବିଜୟ ନେଇ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଦିଲ୍ଲୀ ବିଜୟକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବାଲୁକା କଳାରେ ଅରବିନ୍ଦ କେଜ୍ରିୱାଲଙ୍କ ଛବିକୁ ସ୍ଥାନ ଦେବା ସହ ଶୁଭେଚ୍ଛାର ବାର୍ତା ଦିଆଯାଇଛି ବାଲୁକା କଳାରେ। ୧୫ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ ବାଲି ବ୍ୟବହାର ହୋଇଛି।