କୋରୋନା ସଚେତନତା ନେଇ ବାଲୁକା କଳା

ପୁରୀ: କୋରୋନା ଭାଇରସ ଭାରତରେ ବ୍ୟାପିବା ଆରମ୍ଭ କରିଛି। ତେବେ ଏଥିରେ ଅତ୍ୟଧିକ ଭୟଭୀତ ନ ହୋଇ ସଚେତନ ହେଲେ କୋରୋନା କବଳରୁ ମୁକ୍ତ ହୋଇ ପାରିବା ବୋଲି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳା ମାଧ୍ୟମରେ ବାର୍ତା ଦେଇଛନ୍ତି ।

ବିଶେଷ କରି ସବୁବେଳେ ହାତ ଧୋଇବା ନେଇ ସେ ଲୋକଙ୍କୁ ବାଲୁକା କଳାରେ ସଚେତନ କରିଛନ୍ତି । ପୁରୀ ବେଳାଭୂମିରେ ବାଲୁକା କଳାରେ ‘ଲେଟସ ପ୍ଲେ ଆୱାର ରୋଲ, ଡୁ ନଟ ପାନିକ କୋଭିଡ ୧୯’ ଲେଖି ସାରା ବିଶ୍ୱକୁ ଏହା କହିଛନ୍ତି ସେ ।