ବାଲୁକା କଳାରେ ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ

ପୁରୀ: ଭାରତ ୨ଦିନିଆ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କୁ ସାରା ଦେଶ ସ୍ୱାଗତ କରିଥିବାବେଳ ଓଡ଼ିଆ ପୁଅ ତଥା ବାଲୁକା ଶିଳ୍ପୀ ମାନସ ସାହୁ ଓ ସୁଦର୍ଶନ ପଟ୍ଟନାୟକ ନିଜ କଳାରେ ସ୍ୱାଗତ ଜଣାଇଛନ୍ତି ।

ବାଲୁକା ଶିଳ୍ପୀ ମାନସ ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସ୍ୱାଗତ ଜଣାଇଛନ୍ତି | ଏହି ସ୍ୟାଣ୍ଡ ଆନିମେସନରେ ଟ୍ରମ୍ପ-ମେଲାନିଆଙ୍କ ସହ ତାଜମହଲ ଦେଖିବାକୁ ମିଳିଛି | ଏହା ପୂର୍ବରୁ ମାନସ ପୁରୀ ବେଳାଭୁମିଆରେ ମଧ୍ୟ ସୁଦୃଶ୍ୟ ବାଲୁକା କଳାକୃତି ନିର୍ମାଣ କରିଥିଲେ | ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ କରିଥିଲେ | ଏଥିରେ ମଧ୍ୟ ସୁଦର୍ଶନ ତାଜମହଲ ସହ ଉଭୟ ଟ୍ରମ୍ପ ଦମ୍ପତିକୁ ଦେଖାଇଥିଲେ |