ସନାଙ୍କ ବ୍ରେକଅପ୍

ମୁମ୍ବାଇ: କିଛିଦିନ ପୂର୍ବେ ବଲିଉଡ ଆକ୍ଟ୍ରେସ୍ ସନା ଏବଂ ଡ୍ୟାନ୍ସ ମାଷ୍ଟର ମେଲଭିନ୍ ଲୁଇସ୍ ଉଭୟଙ୍କୁ ଡେଟ୍ କରୁଥିବା ନେଇ ଘୋଷଣା କରିଥିଲେ । ତେବେ ଯାହାକୁ ନେଇ ଚର୍ଚ୍ଚା ବି ହୋଇଥିଲା । ମାତ୍ର ଖୁବ୍ କମ୍ ସମୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି । କାରଣ ଉଭୟ ଆଉ ପୂର୍ବ ଭଳି ଏକାଠି କୌଣସି ପାର୍ଟି କିମ୍ବା କୌଣସି ଯାଗାରେ ଦେଖ।ଯାଉ ନାହାଁନ୍ତି ।

ଏହାବ୍ୟତୀତ ଉଭୟ ଉଭୟଙ୍କୁ ନିଜ ନିଜ ସୋସିଆଲ ସାଇଟରୁ ଅନଫଲୋ କରିଛନ୍ତି । ଏହା ବ୍ୟତୀତ ସନା ନିଜ ସୋସିଆଲ ସାଇଟରୁ ମେଲଭିନ୍ ଙ୍କ ସହ ଥିବା ତାଙ୍କର ସମସ୍ତ ଫଟୋକୁ ଡିଲିଟ୍ କରିଦେଇଛନ୍ତି । ତେବେ ଏଥିରୁ ଜଣାପଡୁଛି ଯେ, ଉଭୟ ଏହି ରିଲେସନରୁ ଅଲଗା ହୋଇପଡିଛନ୍ତି ।