ରାଜ୍ୟ ବିଜେପି ମୁଖିଆ ହେଲେ ସମୀର ମହାନ୍ତି

ଭୁବନେଶ୍ବର: ସମୀର ମହାନ୍ତି ହେଲେ ବିଜେପି ରାଜ୍ୟ ସଭାପତି । ଏକମାତ୍ର ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସମୀର । ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ ରାଜନୀତି ଆରମ୍ଭ କରିଥିଲେ । ପରେ ବିଜେପିରେ ଯୋଗଦାନ କରିବା ସହ ୨୦୦୯ମସିହାରେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଲଢି ପରାଜୟ ହୋଇଥିଲେ ।