ଗଡିଲା ସମଝୌତା ଏକ୍ସପ୍ରେସ

ନୂଆଦିଲ୍ଲୀ:ଗଡିଲା ସମଝୌତା ଏକ୍ସପ୍ରେସ । ଭାରତ ପାକିସ୍ତାନ ଭିତରେ ଲାଗିରହିଥିବା ବିବାଦ ସ୍ୱାଭାବିକ ହେବାକୁ ଲାଗିଛି । ଉଭୟ ରାଷ୍ଟ୍ର ମଧ୍ୟରେ ଉତେଜନା ମୂଳକ ପରିସ୍ଥିତି ଯୋଗୁଁ ଦିଲ୍ଲୀରୁ ଲାହୋର ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା । ପୁଣି ଏହା ଦିଲ୍ଲୀରୁ ଲାହୋର ଅଭିମୁଖେ ଯାତ୍ରା କରିଛି । ସପ୍ତାହକୁ ଦୁଇ ଦିନ ଦିଲ୍ଲୀରୁ ଲାହୋର ଓ ଲାହୋରରୁ ଦିଲ୍ଲୀ ଚଳାଚଳ କରିଥାଏ ଏହି ଟ୍ରେନ । ପାକିସ୍ତାନରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ବଢୁଥିବା ଉତେଜନାକୁ ନଜରରେ ରଖି ସମଝୌତା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା । ଫଳରେ ଉଭୟ ପାଶ୍ୱର୍ରେ ଯାତ୍ରୀମାନେ ଅଟକି ରହିଥିଲେ । ଗତକାଲି ନୂଆଦିଲ୍ଲୀରୁ ୧୨ଜଣ ଯାତ୍ରୀଙ୍କୁ ନେଇ ବାହାରିଥିବା ଏହି ଟ୍ରେନ ଆଜି ଅଟାରୀ ସୀମା ପାର କରିଛି । ଏଥିରେ ୧୨ଜଣ ଯାତ୍ରୀ ଯାଇଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀ ପାକିସ୍ତାନର ରହିଛନ୍ତି । ସେହିପରି ଲାହୋରରୁ ବାହାରିଥିବା ସମଝୌତା ଏକ୍ସପ୍ରେସରେ ପ୍ରାୟ ୧୫୦ଜଣ ଯାତ୍ରୀ ଯାତ୍ରା କରିଥିବା ସୂଚନା ମିଳିଛି ।