ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଓଡ଼ିଶାର ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷ ସମସ୍ତେ କରୋନା ପାଇଁ ଜାରି କରାଯାଇଥିବା ନିୟମକୁ ପାଳନ କରିବାକୁ ଅନୁରୋଧ । ଘରେ ରହି ନିଜ ପରିବାର ବର୍ଗଙ୍କ ସହ ରଜପର୍ବ ପାଳନ କରନ୍ତୁ ।