ଓଡିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କେବଳ ବିଜେପି ହିଁ କରିପାରିବ : ସମୀର ମହାନ୍ତି

ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଓ ରାଷ୍ଟୀୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ବିଶ୍ୱ କରୋନା ସଙ୍କଟରେ ପଂଚସୂତ୍ରୀ କାର୍ଯ୍ୟକ୍ରମକୁ ରାଜ୍ୟରେ ବିଜେପି କାର୍ଯ୍ୟକର୍ତମାନେ ସଠିକ୍ ଢଙ୍ଗରେ ପାଳନ କରିଛନ୍ତି । ଗତ ୬ ବର୍ଷ ମୋଦି ସରକାରଙ୍କ ଶାସନରେ ଗରିବ ଲୋକ ସବୁଠୁ ଅଧିକ ଉପକୃତ ହୋଇଛନ୍ତି । କିନ୍ତୁ ଓଡିଶାରେ ବିଜେଡି ସରକାର ଥିବାରୁ ତୃଣମୂଳସ୍ତରରେ ଅନେକ ଯୋଜନା ପହଂଚି ପାରିନାହିଁ । ଚତୁର୍ଦ୍ଦଶ ଅର୍ଥ କମିଶନରେ ପଂଚାୟତ ଗୁଡିକର ଉନ୍ନତି ପାଇଁ ଯେଉଁ ଅର୍ଥ ଆସିଥିଲା ତାହା ଖର୍ଚ୍ଚ ହୋଇନାହିଁ । ସ୍ମାଟସିଟି ଯାଜନା ଏବଂ ପିଇବା ପାଣିରେ ଅର୍ଥ ତୋଷାରପାତ କରାଯାଇଛି । ସାଧାରଣ ଗରିବ ଲୋକଙ୍କ ହକ୍ ଏବଂ ଅଧିକାର ପାଇଁ ବିଜେପି ଲଢେଇ କରୁଛି । ମୋଦି ଶାସନରେ ଓଡିଆ ଲୋକଙ୍କୁ ସମ୍ମାନ ଦିଆଯାଇଛି । ଓଡିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କେବଳ ବିଜେପି ହିଁ କରିପାରିବ । ଆତ୍ମନିର୍ଭରଶୀଳ ଯୋଜନାରେ ସମସ୍ତେ ଆତ୍ନନିର୍ଭର ହେବା ପାଇଁ କାର୍ଯ୍ୟକର୍ତମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏବଂ କିଛି ମୁଷ୍ଟିମେୟ ଅଧିକାରୀମାନେ ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି । ପଂଚାୟତଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ବିଜେଡି ସରକାର କେବଳ ଭୋଟ ରାଜନୀତି କରୁଛି । ମନ୍ତ୍ରୀମାନଙ୍କର କର୍ତବ୍ୟ ଓ ଦାୟୀତ୍ୱ ଅଳ୍ପ କିଛି ମୁଷ୍ଟିମେୟ ଅଧିକାରୀମାନେ କରୁଛନ୍ତି । ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, ରଥାଯାତ୍ରା ନକରିବାର ଷଡଯନ୍ତ୍ର ରାଜ୍ୟ ସରକାର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରୟାସ ଯୋଗୁଁ ରଥଯାତ୍ରା ସମ୍ଭବ ହୋଇପାରିଲା । ପ୍ରସାଦ ଯୋଜନାରେ ପୁରୀ ସହରର ବିକାଶ ଓ ଜଗନ୍ନାଥ ବିଶ୍ରାମ ସ୍ଥଳୀ ପାଇଁ ଯେଉଁ ଅର୍ଥ ଦିଆଯାଇଛି ତାକୁ ଖର୍ଚ୍ଚ ନକରି ରାଜ୍ୟସରକାର ବଗଲା ଧର୍ମଶାଳାକୁ ପ୍ଲଟିଂ କରି ବିକ୍ରି କରିବା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

sameer mohanty speech

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଆସନ୍ତା ୩ ମାସ ପାଇଁ ଦଲୀୟ ଖସଡା ପ୍ରସ୍ତୁତ କରାଯାଇଛି । ପ୍ରଥମେ ଶ୍ରୀ ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା । କୋଭିଡ୍ କଟକଣା କାରଣରୁ ୱେବିନାର ମାଧ୍ୟମରେ ସମସ୍ତ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଏହି ବୈଠକରେ ସାମିଲ ହୋଇଥିଲେ । ଦଳର ସାଙ୍ଗଠନିକ ସ୍ଥିତି ସହ ଆଗାମୀ ଦିନର ରଣନୀତି ଉପରେ ଏହି ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା ।

ଏହି ଅବସରରେ ରାଜ୍ୟ ବିଜେପି ଉପସଭାପତି ତଥା ବିଧାୟକ ନାଉରୀ ନାଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ, ଗଲୱାନ ଘାଟରେ ଶହୀଦ ୩ ଜଣ ଓଡିଆ ଯବାନ, ବିଜେପି ନେତା କମଳାରାଣୀ ବରୁଣ, ଚେତନ ଚୈାହାନ, ସମସ୍ତ କରୋନା ଯୋଦ୍ଧା, ବାଲେଶ୍ୱର ବିଦାୟକ ମଦନ ମୋହନ ଦତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀ, ବ୍ରଜ ମୋହନ ପାତ୍ର, ôାଧେଶ୍ୟାମ ସିଂ, ଯୁଗଲ କିଶୋର ଭଟ୍ଟ, ସମର ପ୍ରଧାନ, ଦେବେନ୍ଦ୍ର ପ୍ରସାଦ ଦାଶ, ଜିତୁ ନିଲାପ୍‌, ଶାନ୍ତନୁ ଗୁରୁ, ଲୋକନାଥ ପାଲ୍‌, ମୃତ୍ୟୁଞ୍ଜୟ ରାଉତରାୟ, ଗୋବିନ୍ଦ ପଣ୍ଡା, ପ୍ରକାଶ ଚନ୍ଦ୍ର ବୈଠାରୁ, ଶ୍ରୀମତୀ ପ୍ରଭାତୀ ଦାଶ, ପି.କ୍ରିଷ୍ନା, ଜଗବନ୍ଧୁ ମିଶ୍ର, ରଂଜନ ସ୍ୱାଇଁ, ଟଙ୍କଧର ତ୍ରିପାଠୀ, ଖଗେଶ୍ୱରରଡୁକ, ଚକ୍ରଧର ପାଣିଗ୍ରାହୀ, ନିରଂଜନ ପତି, ସୁବାଷ ଚୈାହାନ, ବିଧାୟକ ବିଷ୍ନୁ ଦାଶ, ଡା.ସନାତନ ରଥ, ଡା.ଦେବେନ୍ଦ୍ର ହରିଚନ୍ଦନ, ଉଦୟ ମହାକୁଡ, ରବିନ୍ଦ୍ର ଯାଦବ, ଶ୍ୟାମଲାଲ ଅଗ୍ରୱାଲ ପ୍ରମୁଖଙ୍କୁ ସମ୍ମାନ ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା ।

ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ରାଜନୈତିକ ଚିଠା ପ୍ରସ୍ତାବକୁ ଆଗତ କରିଥିଲେ । କୋଭିଡ୍ ପରିଚାଳନାରେ ଦୁର୍ନୀତି, ବେରୋଜଗାର, ଜଗନ୍ନାଥ ରଥଯାତ୍ରା ଓ ବଗଲା ଧର୍ମଶାଳା ପ୍ରସଙ୍ଗ, ବନ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯ୍ଧେକ୍ସନାରେ ବ୍ୟାପକ ଦୁର୍ନୀତି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, କାଂପା ଫଣ୍ଡ ଦୁନ୭ିତି, ଲଘୁ ଖଣିଜ ଦ୍ରବ୍ୟର ଲୁଟ୍‌, ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଭୁଲ୍ ଶିକ୍ଷାନୀତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯ୍ୟାତନା ଭଳି ରାଜ୍ୟର ବିଭିନ୍ନ ସମସ୍ୟା ପ୍ରସଙ୍ଗ ଏହି ପ୍ରସ୍ତାବକୁ ରାଜ୍ୟ ସଂପାଦକ ଶ୍ରୀ ଅମର ନାୟକ ସମର୍ଥନ ଜଣାଇଥିଲେ  । ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ଓ ସାଂସଦ ଶ୍ରୀ ସୁରେଶ ପୁଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ରାଜ୍ୟ ସଭାପତି ଓ ବରିଷ୍ଠ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏହି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

sameer mohanty speech

କୋଭିଡ-୧୯ ମହାମାରୀ ସମୟରେ ପାର୍ଟୀର କାର୍ଯ୍ୟକର୍ତାମାନେ କରିଥିବା ବିଭିନ୍ନ ସମାଜ ସେବା, ଫିଡି ଦି ନିଡି, ସେବା ହିଁ ସଂଗଠନ ଆଦି କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ ହୋଇଥିବା ଇ-ବୁକ ରିପୋର୍ଟ ସଂପର୍କରେ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନା କରିଥିଲେ । ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବିଭିନ୍ନ ଦଳୀୟ ସଂଗଠନ ଓ ଶୃଙ୍ଖଳା ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଆଗାମୀ ଦିନ ପାଇଁ ପାର୍ଟୀର ସାଂଗଠନ୍ଖଳ କାର୍ଯ୍ୟକ୍ରମର ବିସ୍ତୃତ ଆଲୋଚନା
କରିଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ତଥା ସମାଜର ସର୍ବାଙ୍ଗୀନ ବିକାଶ ହେବା ସଙ୍ଗେ ସଙ୍ଗେ ଭାରତ ବିଶ୍ୱ ଦରବାରରେ ଏକ ପ୍ରମୁଖ ଶକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି । ଏଥି ପାଇଁ ଭାରତୀୟ ଜନତା ପାର୍ଟୀ ତରଫରୁ ଶ୍ରୀ ମୋଦିଜୀଙ୍କୁ ଧନ୍ୟବାଦ ପ୍ରସ୍ତାବ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ବଳଭଦ୍ର ମାଝୀ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ସମର୍ଥନ ଜଣାଇଥିଲେ । ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ଏବଂ ସାଂସଦ ଅସ୍ୱିନୀ ବୈଷ୍ନବ ବିସ୍ତୃତ ଆଲୋଚନା କରି ନିଜ ନିଜ ମତ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କେନ୍ଦ୍ର ସରକାର ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢିଚାଲିଛି । ରାଜ୍ୟରେ ବିଜେପିର ଭୋଟ ସଂଖ୍ୟା ସହ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ପାଇଛି । ୫୦ ପ୍ରତିଶତ ଭୋଟ ହାସଲ କରିବା ଆମର ମୂଳ ଲକ୍ଷ୍ୟ । ତୃଣମୁଳ ସ୍ତରରେ ସଂଗଠନକୁ ଆହୁରି ଅଧିକ ସୁଦୃଢ ଓ ମଜବୁତ୍ କରିବା ପାଇଁ ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ ପ୍ରମୁଖ ନିଜ ନିଜ ଅଭିଭାଷଣରେ କହିଥିଲେ ।

ସମୁଦାୟ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକାରିଣୀ ବୈଠକର ପ୍ରଥମ ୨ଟି ପର୍ଯ୍ୟୟକୁ ରାଜ୍ୟ ସଂପାଦକ ଗୋଲକ ମହାପାତ୍ର ଏବଂ ଅନ୍ତିମ ୨ଟି ପର୍ଯ୍ୟାୟକୁ ଅନ୍ୟତମ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପରିଚାଳନା କରିଥିଲେ । ଏହି ଭର୍ଚୁଆଲ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀଠାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ ସୈାଦାନ ସିଂହ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଏବଂ ରାଜ୍ୟ ପ୍ରଭାରୀ ସାଂସଦ ଅରୁଣ ସିଂହ, ରାଷ୍ଟ୍ରୀୟ ପ୍ରବକ୍ତା
ଶ୍ରୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳର ସମସ୍ତ ସାଂସଦ ଓ ବିଧାୟକ, ବରିଷ୍ଠ ନେତୃବୃନ୍ଦ ସହ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଧନ୍ୟବାଦ ଅର୍ପଣ କରିବା ସହ ଜାତୀୟ ସଂଗୀତ ଗାନ କରାଯାଇ ବୈଠକ ସମାପ୍ତ ହୋଇଥିଲା ।