ଭୁବନେଶ୍ୱର: ଆଜି ବିଜେପିର ନୂତନ ସଭାପତି ଭାବେ ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି । ଏହି ଉତ୍ସବରେ ସମୀର ନିଜର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ।
ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବ କରାଯାଇଛି । ସେଠାରେ ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ମୁଖିଆ ଭାବେ ବିଦ୍ଧିବଦ୍ଧ ଦାୟିତ୍ୱ ନେଇଛନ୍ତି । ବିଜେପି ପ୍ରଭାରୀ ଅରୁଣ ସିଂହ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , ବିଦାୟୀ ସଭାପତି ବସନ୍ତ ପଣ୍ଡା ଆଦି ଉପସ୍ଥିତ ଅଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସଭାପତି ପଦ ପାଇଁ ଭୋଟ ଦେବାକୁ ଥିବା ସଦସ୍ୟ ଅଥବା ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟଙ୍କ ମଧ୍ୟରେ ସମୀର ମହାନ୍ତିଙ୍କ ନାଁରେ ସହମତି ଜଣାଇଥିଲେ । ତେବେ ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ଯାଂଚ କରାଯାଇ ସମୀର ମହାନ୍ତିଙ୍କୁ ବିଦ୍ଧିବଦ୍ଧଭାବେ ସଭାପତି ଭାବେ ଘୋଷଣା କରାଯାଇଛି । ନାମାଙ୍କନ ବେଳେ ବହୁ ବରିଷ୍ଠ ବିଜେପି ନେତା ସେଠାରେ ଉପସ୍ଥିତ ଥିଲେ । ଗତ ଡିସେମ୍ବର ମାସରେ ପୂର୍ବ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।