ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ବିଭିନ୍ନ ପରିକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ପରୀକ୍ଷା କିପରି ସୂଚାରୁ ରୁପେ ସମାପ୍ତ କରିବେ ଏବଂ ଚାପ ମୁକ୍ତ ହୋଇ ପରୀକ୍ଷା ଦେବେ ସେନେଇ ଦେଇଛନ୍ତି ପରାମର୍ଶ । ବୁଧବାର ମନ୍ତ୍ରୀଙ୍କ ବିଧାନସଭା ପ୍ରଶ୍ନୋତର ଥିବାରୁ ସେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ବାଣୀ ବିହାର, ୟୁନିଟ ୨ ଆଦି ପରୀକ୍ଷା କେନ୍ଦ୍ରକୁ ଅଚାନକ ପରିଦର୍ଶନ ଯାଇଥିବା କହିଛନ୍ତି ।