ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶାର ପୁଣି ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଏନେଇ ସେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ଟୁଇଟ୍ କରି ଲେଖିଛନ୍ତି,‘ ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗୀତା ଦାଶଙ୍କର କରୋନା’ ପଜିଟିଭ୍ ବାହାରିଛି। ଆମେ ଏବେ ସୁସ୍ଥ ଅଛୁ। ଆମ ସଂସ୍ପର୍ଶରେ ସାତ ଦିନ ଭିତରେ ଯେଉଁମାନେ ଆସିଛନ୍ତି ‘କରୋନା’ ଟେଷ୍ଟ କରିବା ପାଇଁ ଅନୁରୋଧ କରୁଛୁ ।  ’