୧୦ ଦିନ ଯାଏଁ ସମ୍ବଲପୁର ସଟଡାଉନ

ବୁର୍ଲା: ଆସନ୍ତାକାଲିଠୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ୨୨ ତାରିଖଠୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ୧୦ ଦିନିଆ ସଟଡାଉନ ଦୁଇ ଦଫାରେ ଲାଗୁ ନେଇ ଘୋଷଣା କରାଯାଇଛି । ୨୨ରୁ ୨୫ ପ୍ରଥମ ଦଫା , ୨୬ରୁ ୩୧ ଦ୍ୱିତୀୟ ଦଫାରେ ସଟଡାଉନ ଲାଗୁ ହେବ । ପ୍ରଥମ ଦଫା ସଟଡାଉନ ସମୟରେ ଜିଲ୍ଲା ଭିତରେ ଗମନାଗମନ ମନାଥିବାବେଳେ ଦୋକାନ ବଜାର, ସରକାରୀ, ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ ।

ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଏହା ସହ ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ,ପେଟ୍ରୋଲ ପମ୍ପ ,କ୍ଷୀର ଦୋକାନ ଓ ରାସ୍ତା କଡ଼ ଢାବା ଖୋଲା ରହିବ ।

ଏଠାରେ ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ୮୩ଟି ସକ୍ରିୟ ମାମଲା ରହିଛି । ଦୁଇ ଦିନର ଆକ୍ରାନ୍ତଙ୍କ ସଂଖ୍ୟା ବିଚାରକୁ ନେଲେ ଗତକାଲି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଈଥିଅବେଳେ ଆଜି ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।