ସମ୍ବଲପୁର ଗଣଦୁଷ୍କର୍ମ ମାମଲା: ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କଲା ପୋଲିସ

ସମ୍ବଲପୁର: ସମ୍ବଲପୁର ଗଣଦୁଷ୍କର୍ମ ମାମଲାକୁ ପୋଲିସ ଆଜି ରେଡ ଫ୍ଲାଗ ଶ୍ରେଣୀଭୁକ୍ତ କରିଛି । ଏହା ବ୍ୟତୀତ ଏହି ମାମଲାର ତଦନ୍ତ ଦାୟିତ୍ୱ ଜଣେ ମହିଳା ଡିଏସପିଙ୍କୁ ଦିଆଯାଇଛି । ୨୦ଦିନ ଭିତରେ ଏହି ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ଏହି ଘଟଣାରେ ଅଟକ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ସମ୍ବଲପୁର ଜିଲ୍ଲା ଅଇଁଣ୍ଠାପାଲି ଥାନା ଅଞ୍ଚରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଇଁଠାପାଲି ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।