ଲକ୍ଷ୍ନୌ: ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ସପା ତଥା ସମାଜବାଦୀ ପାର୍ଟି ଘୋଷଣା କରିଛି ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତେବେ ସପା ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ପ୍ରମୁଖ ମହାସଚୀବ ରାମ ଗୋପାଳ ଯାଦବଙ୍କ ସମେତ ବହୁ ନେତାମାନଙ୍କର ନାଁ ସାମିଲ ରହିଥିବା ବେଳେ ମୁଲାୟମ ସିଂହ ଯାଦବଙ୍କର ନାଁ ନଥିବା ଦେଖିବାକୁ ମିଳିଛି । ସପା ପକ୍ଷରୁ ଜାରି ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଷ୍ଟ୍ରୀୟ ମହାସଚିବ ଆଜମ ଖାଁ, ଜୟା ବଚ୍ଚନ, ଡିମ୍ପଲ ଯାଦବ, ରାଜେନ୍ଦ୍ର ଚୌଧୂରୀ, ରାମ ଗୋବିନ୍ଦ ଚୌଧୂରୀ, ଅହମଦ ହସନ, ଯାବେଦ ଅଲି ଖା, ବିଶମ୍ବର ପ୍ରସାଦ ନିଷାଦ, ସୁରେନ୍ଦ୍ର ନାଗର, ତେଜ ପ୍ରତାପ ଯାଦବ, ନରେଶ ଉତମ ପଟେଲ, ମୌଲାନା ଯାସୀନ ଅଲି ଉସ୍ମାନୀ, ମନୋଜ ପାରସ, ମହବୁବ ଅଲି ଏବଂ ସାହିଦ ମଂଜୁରଙ୍କୁ ବି ଲୋକସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ କରିଛି ଦଳ ।