କୋରୋନା ଭୟ; ବଡ଼ ବଡ଼ ସେଲୁନ୍‌, ପାର୍ଲର, ସ୍ପା ସେଂଟର ହେଲା ବନ୍ଦ

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଜୋରସୋରରେ ଲାଗି ପଡିଛନ୍ତି । ଏଥିପାଇଁ ସମସ୍ତ ଜନଗହଳି ସ୍ଥାନକୁ ବନ୍ଦ କରିବାରେ ଲାଗିଛନ୍ତି । ତେବେ ଆଜି ବଡ଼ ବଡ଼ ସେଲୁନ୍‌, ପାର୍ଲର ଓ ସ୍ପା ସେଂଟର ମଧ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ନିର୍ଦ୍ଦେଶ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ପୂର୍ବରୁୁ ଜରୁୁରୀ ଥଲେ ହିଁ ଘରୁ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଥିବା ବେଳେ ବଡ଼ ବଡ଼ ମନ୍ଦିର ଏବଂ ଜନସମାଗମସ୍ଥଳୀକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରିଥିଲେ ସରକାର। ଏବେ ପ‌ୋଖରୀ ପାଣି ବ୍ୟବହାର ନେଇ ଏବଂ କେବଳ ଜରୁରୀ ଥିଲେ ହିଁ ଡାକ୍ତରଖାନା ଯିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତିି ସରକାର।

ସେଭଳି କୌଣସି ବଡ଼ ଶାରୀରିକ ସମସ୍ୟା ନଥିଲା ରୋଗୀମାନଙ୍କୁ ଡାକ୍ତରଖାନା ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର। ଏହିି ନିର୍ଦ୍ଦେଶ ଉଭୟ ଘରୋଇ ଏବଂ ସରକାରୀ ଡାକ୍ତରରଖାନା ଉପରେ ଲାଗୁ ହେବ। ଯଦି ଆପଣଙ୍କୁ ସାମାନ୍ୟ ଦୁର୍ବଳ ଲାଗୁଛି ବା ଶରୀରର ସହ ଜଡ଼ିତ କିଛି ଛୋଟମୋଟ ସମସ୍ୟା ହୋଇଛି, ତେବେ ଏଭଳି ସମୟରେ ଡାକ୍ତରଖାନା ଯିବାରୁ ଦୂରେଇ ରହନ୍ତୁ, ଏହାଦ୍ୱାରା ଡାକ୍ତରଖାନାରେ ଜନସମାଗମ ହ୍ରାସ କରାଯାଇପାରିବ । ସେଠାରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥିବ‌ାରୁ ଲୋକମାନଙ୍କୁୁ ବାରଣ କରିଛନ୍ତି ସରକାର।